ତ୍ରିରଙ୍ଗା ଦେଇଛି ରୋଜଗାର । ୨ ଲକ୍ଷରୁ ଅଧିକ ତ୍ରିରଙ୍ଗା ତିଆରି କରି ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଗଞ୍ଜାମ ପୋଲସରା ଅଞ୍ଚଳର ମହିଳା ।

110

କନକ ବ୍ୟୁରୋ: ତ୍ରିରଙ୍ଗା ତିଆରି କଲେ ଏସଏଚଜି ମହିଳା । ୨ ଲକ୍ଷ ୫୦ ହଜାର ତ୍ରିରଙ୍ଗା ତିଆରି କଲେ ଏସଏଚଜି ମହିଳା । ହର ଘର ତ୍ରିରଙ୍ଗା ଅଭିଯାନରେ ଘରେ ଘରେ ତ୍ରିରଙ୍ଗା ଲଗାଇବାକୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟରେ ୩୦ ଲକ୍ଷ ପତାକା ଟାର୍ଗେଟ ଥିବା ବେଳେ ଏସଏଚଜି ମହିଳା ମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ଗୋଟିଏ ଗୋଟିଏ ଗ୍ରୁପ୍ ୨୦ ହଜାର ପତାକା ସିଲେଇ କରିବା ପାଇଁ ଟାର୍ଗେଟ ନେଇଥିଲେ ।

ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ସରକାର । ଏହାଦ୍ୱାରା ମହିଳା ମାନେ ଆତ୍ମନିର୍ଭର ହୋଇପାରୁଛନ୍ତି । ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଦେଶ ପାଳୁଛି ଆଜାଦୀ କା ଅମୃତ ମହୋତ୍ସବ । ଏହି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ କରାଯାଇଛି । ଘରେ ଘରେ ତ୍ରିରଙ୍ଗା ଲଗାଇବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଏହି ତ୍ରିରଙ୍ଗା ପତାକା ସିଲେଇ କାମରେ ନିୟୋଜିତ ହୋଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ।

ପାଖାପାଖି ୨ ଲକ୍ଷ ୫୦ ହଜାର ପତାକା ସିଲେଇ ପାଇଁ ଟାର୍ଗେଟ୍ ନେଇ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର ଏସଏଚଜି ମହିଳା ମାନେ ଏହାକୁ ପ୍ରସ୍ତୁତି କରିଛନ୍ତି । ପୋଲସରାର ଓମ୍ ଜୟଶ୍ରୀ ସ୍ୱସ୍ତିକ୍ ଗ୍ରୁପ୍, ବୁଗୁଡ଼ାର ଶ୍ରୀ ଶ୍ରୀ ବଳଦେବ ସ୍ୱାମୀ ଗ୍ରୁପ୍, କବିସୂର୍ଯ୍ୟନଗରର ମା’ ଗାୟତ୍ରୀ ଗ୍ରୁପର ମହିଳା ମାନେ ସପ୍ତାହକ ଆଗରୁ ଏହି କାମ ଆରମ୍ଭ କରିଥିଲେ । ଠିକ୍ ସମୟରେ ପତାକା ପହଞ୍ଚାଇବାର ଲକ୍ଷ୍ୟ ରଖି ଏହି କାମ ଆରମ୍ଭ କରିଥିଲେ । ଗୋଟିଏ ଗୋଟିଏ ଗ୍ରୁପ୍ ୨୦ ହଜାର ପତାକା ପ୍ରସ୍ତୁତ କରିବାର ଲକ୍ଷ୍ୟରେ କାମ ଆରମ୍ଭ କରିଥିଲେ ଏସଏଚଜି ମହିଳା । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଦେଶ ମାତୃକାର ସେବା ପାଇଁ ସଯୋଗ ମିଳିଥିବାରୁ ବେଶ ଉତ୍ସାହ ପ୍ରକାଶ କରିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ।