ଘର କାମ କରୁଥିବା ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ମହିଳା, ଜାଣନ୍ତୁ କାହିଁକି ?
ଆପଣ ଆପଙ୍କ ଜୀବନସାଥୀଙ୍କୁ ଘର କାମରେ ସାହାଯ୍ୟ କରୁଛନ୍ତି କି ? ଯଦି କରୁ ନାହାନ୍ତି ତେବେ ଏବେଠାରୁ ଆରମ୍ଭ କରିଦିଅନ୍ତୁ । କାରଣ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ମହିଳାଙ୍କୁ ଏମିତି ପୁରୁଷ ପସନ୍ଦ ଯେଉଁମାନେ ତାଙ୍କୁ ଘର କାମ କରିବାରେ ସାହାଯ୍ୟ କରନ୍ତି । ଏହାସହ ଏହି ଅଧ୍ୟୟନରୁ ଆଉ ଏକ ଗରୁତ୍ୱପୂର୍ଣ୍ଣ କଥା ଜଣାଡିଛି ଘର କାମରେ ସାହାଯ୍ୟ କରୁନଥିବା ଜୀବନସାଥୀ ସହ ମହିଳାଙ୍କ ସବୁବେଳେ ମନାନ୍ତର ସୃଷ୍ଟି ହୋଇଥାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
ଷ୍ଟକହମ ବିଶ୍ୱବିଦ୍ୟାଳୟର ଅଧ୍ୟୟନକର୍ତ୍ତାଙ୍କ ମୁତାବକ ଘର କାମରେ ନିଜ ସାଥୀକୁ ସାହାଯ୍ୟ କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ସୁଦୃଢ ହେବା ସହ ଭଲ ପ୍ରଭାବ ପଡିଥାଏ । ଯାହା ଦ୍ୱାରା ସମ୍ପର୍କରେ ସନ୍ତୁଷ୍ଟି ମନୋଭାବ, ସ୍ଥିରତା ଓ ମଧୁରତା ଆସିଥାଏ । ଅଧ୍ୟୟନକର୍ତ୍ତାକଙ୍କ ମୁତାବକ ବିଗତ କିଛି ଦଶନ୍ଧି ମଧ୍ୟରେ ବିବାହର ଅର୍ଥ ବଦଳି ଯାଇଛି । ଏବେ ପରିବାରେ କେବଳ ପୁରୁଷ ମାନେ ଆୟକରୁ ନାହାନ୍ତି, ସେମାନଙ୍କ ସହ କାନ୍ଧ କୁ କାନ୍ଧ ମିଳାଇ ମହିଳାମାନେ ମଧ୍ୟ ଟଙ୍କା ରୋଜଗାର କରୁଛନ୍ତି ।
କେବଳ ଯେ ମହିଳାମାନେ ରୋଜଗାର କରୁଛନ୍ତି ତାହା ନୁହଁ, ଏହାସହ ସେମାନେ ଘରର ସବୁ ଦାୟିତ୍ୱ ମଧ୍ୟ ସମ୍ଭାଳୁଛନ୍ତି । ଏତେ ସବୁ ଦାୟିତ୍ୱ ଭିତରେ ବେଳେବେଳ ମହିଳାମାନେ ଅଣନିଶ୍ୱାସୀ ହୋଇ ବିଷାଦଗ୍ରସ୍ତ ହୋଇଯାଆନ୍ତି । ଯାହାର ପ୍ରଭାବ ବୈବାହିକ ଜୀବନ ଉପରେ ପଡେ । ଏଥିପାଇଁ ଜରୁରୀ ଜୀବନସାଥୀ ତାଙ୍କୁ ଘର କାମରରେ ସାହାଯ୍ୟ କରିବା ଉଚିତ । ଏମିତି କରି ପୁରୁଷମାନେ ନିଜ ସାଥୀ ପ୍ରତି ନିଜର ଭଲପାଇବା ଦେଖାଇପାରିବେ ।