ଜଣେ ସଫଳ ମହିଳା ଚାଷୀଙ୍କ ପ୍ରେରଣାଦାୟୀ କାହାଣୀ : ୬ଟି ଜିଲ୍ଲାର ମତ୍ସ୍ୟଚାଷୀଙ୍କୁ ମାଛ ଯାଅାଁଳ ଯୋଗାଉଛନ୍ତି କେନ୍ଦ୍ରାପଡ଼ାର ଝିନା ପରିଡ଼ା

139

କନକ ବ୍ୟୁରୋ : ନିଷ୍ଠା ଏବଂ ଅଧ୍ୟବସାୟ ବଳରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଜଣେ ମହିଳା ଚାଷୀ । ନିଜ ପ୍ରଚେଷ୍ଟାରେ ଏକ ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । ରାଜ୍ୟର ପ୍ରାୟ ୬ଟିି ଜିଲ୍ଲାର ମତ୍ସ୍ୟଚାଷୀଙ୍କୁ ତାଙ୍କ ଉତ୍ପାଦିତ ଯାଆଁଳ ଯୋଗାଉଛନ୍ତି । ନିଜେ ଆତ୍ମନିର୍ଭରଶୀଳ ହେବାସହ ସ୍ଥାନୀୟ ଅଂଚଳର କିଛି ଯୁବକଙ୍କୁ କର୍ମସଂସ୍ଥାନ ଯୋଗାଇଛନ୍ତି କେନ୍ଦ୍ରାପଡ଼ାର ଝିନା ପରିଡ଼ା ।

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଭଗବାନପୁର ଗ୍ରାମର ଝିନା ପରିଡା ଏକଥାକୁ ପ୍ରମାଣିତ କରିଛନ୍ତି । ସେ ଚାରି ଏକର ଜମିରେ ଏକ ମାଛ ଯାଅାଁଳ ଫାର୍ମ ପ୍ରତିଷ୍ଠା କରିଛନ୍ତି । ନିଜର ଚାରି ଏକର ଜମିରେ ପ୍ରାୟ ୧୦ଟିରୁ ଉର୍ଦ୍ଧ୍ୱ ପୋଖରୀରେ ସେ ଏହି ଫାର୍ମ ପ୍ରତିଷ୍ଠା କରିଛନ୍ତି । ରାଜ୍ୟର ପୁରୀ , କଲାହାଣ୍ଡି , ଯାଜପୁର , ବ୍ରହ୍ମପୁର , ଗଜତସିଂହପୁର ଏବଂ କଟକ ଜିଲ୍ଲାର ସହ ସହ ମତ୍ସ୍ୟଚାଷି ମାନେ ଏଠାରୁ ମାଛ ଜାଁଳ ନେଇ ମାଛ ଚାଷ କରିଥାନ୍ତି ।

ଝିନା ପ୍ରତିଷ୍ଠା କରିଥିବା କେନ୍ଦ୍ରରୁ ବର୍ଷକୁ ପ୍ରାୟ ୫ କୋଟି ଗୁଣ୍ଡ ଯାଆଁଳ ଉତ୍ପାଦିତ ହେଉଛି । ମାଛ ଯାଆଁ ରକ୍ଷଣା ବେକ୍ଷଣ ନିମନ୍ତେ ସେ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ତେବେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରି ଯାଆଁଳ ଗୁଡ଼ିକୁ ପ୍ରାୟ ୮ ଲକ୍ଷ ଟଙ୍କାରେ ବିକ୍ରୟ କରିଥାନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଝିନାଙ୍କର ଏହି ମାଛ ଯାଆଁଳ କେନ୍ଦ୍ରକୁ ମତ୍ସଚାଷୀମାନେ ଆସି ବୁଲି ଦେଖିଯାଉଛନ୍ତି । ନିଜ ନିଜ ଅଂଚଳରେ କପରି ଏପରି କେନ୍ଦ୍ର ପ୍ରତିଷ୍ଠା ହୋଇପାରିବ ସେ ନେଇ ଝିନାଙ୍କ ସହ ଆଲୋଚନା ମଧ୍ୟ କରୁଛନ୍ତି ।

ଝିନାଙ୍କର ଏହି ମାଛ ଯାଆଁଳ କେନ୍ଦ୍ରରେ କେନ୍ଦ୍ରୀୟ ମଧୁର ଜଳ ଜୀବ ଗବେଷଣା କେନ୍ଦ୍ର (ସିଫା ) ଏବଂ ଭାରତ ସରକାରଙ୍କର ହାଇ୍ଦ୍ରାବାଦ ସ୍ଥିତ (ଏନଏଫଡିବି)ର ବୈଜ୍ଞାନିକ ମାନଙ୍କ ଦ୍ୱାରା ଏକ ଟ୍ରେନିଙ୍ଗ୍ ପ୍ରୋଗ୍ରାମ ଆୟୋଜିତ ହୋଇଥିଲା । ୩ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଶତାଧିକ ଚାଷୀମାନଙ୍କୁ ତାଲିମ ଦିଆଯାଇଥିଲା । ଶିଳ୍ପ ବିହୀନ କେନ୍ଦ୍ରାପଡା ଜିଲ୍ଲାରେ ଦିନକୁ ଦିନ ବେକାରି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଝିନାଙ୍କର ସଫଳତା ଜିଲାବାସୀଙ୍କୁ ପ୍ରେରଣା ଯୋଗାଉଛି । ପାଠପଢ଼ି ବେକାର ଥିବା ଯୁବକ ଯୁବତୀ ମାନେ ମାଛ ଚାଷ ପ୍ରତି ଆଗ୍ରହ ବଳାଇଲେଣି ।