୨୪ ଘଂଟା ଭିତରେ ପିଲା ଚୋରଣୀକୁ କାବୁ କଲା ପୁଲିସ : ପୁଲିସ ଆଇଆଇସିଙ୍କୁ ଫୁଲମାଳ ପିନ୍ଧାଇ ପ୍ରଶଂସା କଲେ ଲୋକ

ବାରିପଦା ପୁଲିସ ଜିନ୍ଦାବାଦ୍ ସ୍ୱରରେ କମ୍ପିଲା ସମଗ୍ର ଅଂଚଳ

417

କନକ ବ୍ୟୁରୋ : ଧରାପଡ଼ିଲା ପିଲା ଚୋରଣୀର କାରନାମା । ୧୧ ତାରିଖରେ ବାରିପଦା ସରହରର ବାସିନ୍ଦା ଏସକେ ରଜତଙ୍କ ଦୁଇ ବର୍ଷର ଶିଶୁପୁତ୍ର ଚୋରି ହୋଇଥିଲା । ଆଜି ଅପହରଣ କରିଥିବା ମହିଳା ଜଣକୁ ପୋଲିସ ଧରିବା ପରେ ପୁରା ଘଟଣା ସାମନାକୁ ଆସିଛି । ଶିଶୁ ପୁତ୍ରକୁ ବିକ୍ରି କରିବାକୁ ନେଉଥିବା ବେଳେ ମୟୁରଭଂଜ ବିଶୋଇ ଥାନା ପୋଲିସ ଶିଶୁ ପୁତ୍ରକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି । ମୋବାଇଲ ଟ୍ରାକିଂ ଏବଂ ସିସିଟିଭି ଆଧାରରେ ପିଲାଟିକୁ ଧରିବାରେ ସଫଳ ହୋଇଛି ପୋଲିସ ।

ମହିଳାଜଣଙ୍କ ୧୦ ତାରିଖ ଦିନ ଶିଶୁ ପୁତ୍ର ମା’ ସହ ବାରିପଦା ମେଡ଼ିକାଲରେ ଦେଖାହୋଇଥିଲା । ଏହାପରେ ଅତି ଚତୁରତାର ସହ ବନ୍ଧୁତା ସ୍ଥାପନ କରି ଦୁଇ ଦିନ ତାଙ୍କ ଘରେ ଖାଇ ପିଇ ସୁଯୋଗ ଦେଖି ପୁଅଟିକୁ ଅପହରଣ କରିଥିଲେ । ମାତ୍ର ୨୪ ଘଂଟା ଭିତରେ ଶିଶୁ ପୁତ୍ରଟିକୁ ଉଦ୍ଧାର କରିବା ସହ ମହିଳାଙ୍କୁ ଗିରଫ କରିଥିବାରୁ ମୟୁରଭଂଜ ପୋଲିସକୁ ସ୍ଥାନୀୟ ଲୋକମାନେ ଟାଉନ୍ ଥାନା ଆଇଆଇସିଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି । ପିଲାଟିକୁ ପାଇବା ପରେ ପରିବାର ଲୋକଙ୍କ ମନରେ ଖୁସି କହିଲେ ନସରେ ।