ଯାଁଆଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା : ମହିଳାଙ୍କ ପରିିଚୟ ଦେଲେ ପୁରସ୍କାର ଦେବ ପୋଲିସ

ସିପିଙ୍କୁ ଚିଠି ଲେଖିବେ ଭୁବନେଶ୍ୱର ଡିସିପି ; ଆଗରୁ ମହିଳାଙ୍କ କଙ୍କାଳରୁ ସ୍କେଚ ବାହାର କରି ପୋଷ୍ଟର ମାରି ସାରିଛି ପୋଲିସ

145

କନକ ବ୍ୟୁରୋ :  ଖୋର୍ଦ୍ଧା ଯାଁଆଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣାରେ ମହିଳାଙ୍କ ପରିଚୟ ପାଇବାକୁ ଜୋରଦାର ପ୍ରୟାସ ଚଳାଇଛି କମିଶନରେଟ ପୋଲିସ । ମହିଳାଙ୍କ ପରିଚୟ ଦେଲେ ମିଳିବ ପୁରସ୍କାର । ଏଥିପାଇଁ ପୋଲିସ କମିଶନରଙ୍କୁ ଚିଠି ଲେଖିବେ ଭୁବନେଶ୍ୱର ଡିସିପି । ଗତ ଫେବ୍ରୁଆରୀ ୧୨ ତାରିଖରେ ଯାଁଳା ଫାଣ୍ଡି ପରିସରରୁ ଏକ ସିଜ କାର ଭିତରୁ ମିଳିଥିଲା ମହିଳାଙ୍କ କଙ୍କାଳ । ମହିଳାଙ୍କ ପରିଚୟ ପାଇବା ପାଇଁ କଙ୍କାଳରୁ ସ୍କେଚ୍ ପ୍ରସ୍ତୁତ କରି ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି ପୋଲିସ ।

ଏପରିକି ରାଜ୍ୟ ବାହାରକୁ ପୋଷ୍ଟର ପଠାଇ ସାରିଛି କମିଶନରେଟ୍ ପୁଲିସ । ୪ଟି ରାଜ୍ୟକୁ ପୋଷ୍ଟର ପଠାଯାଇଛି । କଙ୍କାଳର ପରିଚୟ ଜାଣିବା ପାଇଁ ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ ଓ ଛତିଶଗଡକୁ ପୋଷ୍ଟର ପଠାଇଛି ପୁଲିସ । ସେହି ୪ ରାଜ୍ୟର ଏଡିଜିଙ୍କ ସହ କଥାବାର୍ତା ବି କରାଯାଇଛି । ଏସସିଆରବି ୱେବସାଇଟରେ ମଧ୍ୟ କଙ୍କାଳ ସ୍କେଚ୍ ଅପଲୋଡ କରାଯାଇଛି । ଏତେଦିନ ହେଲା ମହିଳାଙ୍କ ବାବଦରେ କିଛି ସୂଚନା ମିଳୁନଥିବାବେଳେ ପରିଚୟ ପାଇବାକୁ ଜୋରଦାର ପ୍ରୟାସ କରୁଛି କମିଶନରଟେ ପୋଲିସ ।

Comments are closed.