ସଡକ ଦୁର୍ଘଟଣାର ଶିକାର ହେଲେ ମହିଳା ! ଘଟଣାସ୍ଥଳରେ ତାଙ୍କୁ ମୃତ ଘୋଷଣା କରାଗଲା, କିନ୍ତୁ ଶବଗୃହରୁ ପୁଣି ଜୀବିତ ହୋଇ ବାହାରିଲେ ।

26

ଜଣେ ମହିଳା, ଯାହାଙ୍କୁ ମୃତ ଘୋଷଣା କରାଗଲା, ତାଙ୍କୁ ଶବ ଗୃହ ଫ୍ରିଜରୁ ଜୀବିତ ଉଦ୍ଧାର କରାଗଲା । ଏହି ଘଟଣା ଦକ୍ଷିଣ ଆଫ୍ରିକାର ଅଟେ । ଏହି ମହିଳା ଜଣଙ୍କ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ମହିଳାଙ୍କ ପରିଚୟ ଅଜଣା ରହିଛି । ତାଙ୍କୁ କାର୍ଟଲଟୋନବାଇଲ ମର୍ଗକୁ ଅଣାଯାଇଥିଲା । ଯେତେବେଳେ ସେଠାକାର ଜଣେ ସଦସ୍ୟ ମୃତ ଶରୀର ଯାଞ୍ଚ କରିବାକୁ ଯାଇଥିଲେ, ସେତେବେଳେ ସେ ଜାଣିବାକୁ ପାଇଥିଲେ ଯେ, ମହିଳାଜଣଙ୍କ ଜୀବିତ ଅଛନ୍ତି ।

ଏହାପରେ ମହିଳାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତ୍ତି ଆସୁଛି । ତେବେ ଏପରି ବଡ ଅବହେଳା ପାଇଁ ଏବେ ଦାୟିତ୍ୱଦୀନ ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଯେଉଁ ଆମ୍ବୁଲାନ୍ସ କମ୍ପାନୀର ସଦସ୍ୟମାନେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ସେମାନେ ତାଙ୍କ ପକ୍ଷରି କୌଣସି ତ୍ରୁଟି ହୋଇଥିବା କଥାକୁ ଖଣ୍ଡନ କରିଛନ୍ତି । କମ୍ପାନୀର ମ୍ୟାନେଜର କହିଛନ୍ତି, ତାଙ୍କ ଷ୍ଟାଫ୍ କେବଳ ପ୍ରୋଟୋକଲ ପାଳନ କରିଛନ୍ତି । ସେମାନେ ଶରୀରର ପଲ୍ସ ଏବଂ ଶ୍ୱାସକ୍ରିୟା ଯାଞ୍ଚ କରିଥିଲେ । ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଗତ ଜୁନ ୨୪ ତାରିଖରେ ଏହି ମହିଳା କାର ଦୁର୍ଘଟଣାର ଶିକାର ହୋଇଥିଲେ । ଯେଉଁଥିରେ ଅନ୍ୟ ଦୁଇଜଣ ଲୋକ ମଧ୍ୟ ଆହତ ହୋଇଥିଲେ ।