୪ ପିଲାଙ୍କୁ ଧରି କୁଅକୁ ଡେଇଁଲା ମା’ । ବଞ୍ଚିଗଲେ ମା’, ଝିଅ, ୩ ଶିଶୁଙ୍କର ଦୟନୀୟ ମୃତ୍ୟୁ

1,059

କନକ ବ୍ୟୁରୋ: ଘରୋଇ କଳିକୁ ନେଇ ମଧ୍ୟପ୍ରଦେଶ ବୁରହାନପୁରରେ ଘଟିଛି ଏକ ଦୁଃଖଦ ଘଟଣା । ଘରେ ଝଗଡା ଲାଗିବାରୁ ୩୦ ବର୍ଷୀୟା ମହିଳା ନିଜର ୪ ପିଲାଙ୍କୁ ଏକାବେଳକେ ଧରି କୂଅକୁ ଡେଇଁପଡିଲେ । ମହିଳା ଓ ଜଣେ ଝିଅର ଜୀବନ ବଞ୍ଚିଯାଇଥିବାବେଳେ ଅନ୍ୟ ୩ ପିଲାଙ୍କର ଦୟନୀୟ ମୃତ୍ୟୁ ହୋଇଛି ।

ପୁଲିସର କହିବା ଅନୁସାରେ ସ୍ୱାମୀଙ୍କ ସହ କଳି ଲାଗିବାରୁ ମହିଳା ଜଣକ ନିଜର ୪ ନାବାଳକ ପିଲାଙ୍କୁ ଧରି ଗାଁରେ ଥିବା ଏକ ଗଭୀର କୂଅକୁ ଡେଇଁପଡିଲା । ହେଲେ ଡର ଲାଗିବାରୁ କୂଅରେ ଝୁଲୁଥିବା ରସିକୁ ଧରି କୌଣସି ଉପାୟରେ ବାହାରକୁ ବାହାରି ଆସିଥିଲା । ହେଲେ ପାଣିରେ ଆଉ ୩ ଣ ପିଲା ଛଟପଟ ହୋଇ ପ୍ରାଣ ହରାଇଥିଲେ । ପୁଲିସ ୩ ଶିଶୁଙ୍କ ମୃତଦେହ କୂଅରୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।