କେଇ ଘଣ୍ଟାର ମୃତ୍ୟୁ ପରେ ପୁଣି ଫେରିଲା ଜୀବନ ! ମୃତ୍ୟୁ ଶଯ୍ୟାରୁ ଜିଇଁ ଉଠିଲେ ମହିଳା, ବଖାଣିଲେ ସ୍ୱର୍ଗପୁରର କାହାଣୀ ।

98

ଏମିତି ଏକ ଘଟଣା, ଯାହା ଆପଣଙ୍କ ଛାତି ଦୋହଲାଇ ଦେବ । ମୃତ୍ୟୁ ପରେ ପୁଣି ଥରେ ଯେ, କିଏ ଫେରି ଆସିବ ତାହା ସହଯେ କେହି ବିଶ୍ୱାସ କରିପାରିବେ ନାହିଁ । କିନ୍ତୁ ଏଭଳି ଏକ ଘଟଣା ପଞ୍ଜାବର ଗୁରୁଦାସପୁର ଠାରେ ସତ୍ୟତାରେ ପରିଣତ ହୋଇଛି । ମୃତ୍ୟୁର ୮ ଘଣ୍ଟା ପରେ ପୁଣି ଥରେ ଜିଇଁ ଉଠିଛନ୍ତି ଜଣେ ମହିଳା ।

ଏହି ଘଟଣା ହେଉଛି ମଙ୍ଗଳବାରର । ମୃତ ମହିଳା ଜଣଙ୍କର ଅନ୍ତିମ ସଂସ୍କାର ନିମନ୍ତେ ଆରମ୍ଭ ହୋଇଯାଇଥିଲା ପ୍ରସ୍ତୁତି । ପରିବାରବର୍ଗଙ୍କ ଆଖିରେ ଥିଲା ଲୁହ ଆଉ ଶୋକାକୁଳ ହୋଇଯାଇଥିଲା ପରିବେଶ । ଆଉ ଏହାରି ମଧ୍ୟରେ ଘଟିଥିଲା କିଛି ଏଭଳି ଘଟଣା, ଯାହା ସ୍ଥାନୀୟ ଅଞ୍ଚଳବାସିନ୍ଦାଙ୍କୁ ସ୍ତବ୍ଧ କରିଦେଇଥିଲା । ପରିବାରବର୍ଗଙ୍କ ମଧ୍ୟରୁ କେହି ଜଣେ କାନ୍ଦୁଥିବା ବେଳେ ତାଙ୍କ ହାତ ମୃତ ମହିଳାଙ୍କ ଉପରେ ପଡିଯାଇଥିଲା । ଆଉ ଏହା ପରେ ମୃତ ମହିଳା ଜଣଙ୍କ ମୃତ୍ୟୁଶଯ୍ୟାରୁ ଉଠି ବସିପଡିଥିଲେ ।

ମଧୁମେହ ରୋଗରେ ପୀଡିତ ଥିବା ବୀରୋ ଦେବୀଙ୍କର ସୋମବାର ରାତିରେ ଦେହ ଅସୁସ୍ଥ ହେବାରୁ ତାଙ୍କୁ ସ୍ଥାନୀୟ ମେଡିକାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏବଂ ତାହା ପରେ ଘଟିଥିଲା କିଛି ଏଭଳି ଚମତ୍କାରି ଘଟଣା । ମୃତ୍ୟୁଶଯ୍ୟାରୁ ହଠାତ ଜିଇଁ ଉଠିଥିଲେ ମହିଳା । ଆଉ ତାହା ପରେ ସେ ଯାହା କହିଥିଲେ ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।

‘ମତେ ଭୁଲରେ ନେଇଯାଇଥିଲେ । ଆଉ ଜଣେ ମହିଳାଙ୍କୁ ନେବା କଥା କିନ୍ତୁ ଭୁଲରେ ମତେ ନେଇଗଲେ । ମୁଁ ସ୍ୱର୍ଗପୁର ବୁଲିକି ଆସିଲି ।’ ମୃତ୍ୟୁଶଯ୍ୟାରୁ ଉଠିବା ପରେ କିଛି ଏଭଳି ଥିଲା ବୀରୋ ଦେବୀଙ୍କର ପ୍ରତିକ୍ରିୟା । କିନ୍ତୁ ସେପଟେ ଏଭଳି ଚମତ୍କାରି ଘଟଣାକୁ ମାନିବାକୁ ନାରାଜ ହସ୍ପିଟାଲ କର୍ତ୍ତୃପକ୍ଷ । ସିଭିଲ ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡାକ୍ତର ମନଜିଦର ସିଂହଙ୍କର କହିବା କଥା, ଯେତେବେଳ ପର୍ଯ୍ୟନ୍ତ ଇସିଜିର ରିପୋର୍ଟ ପ୍ଲେନ୍ ନଆସିଛି, ସେତେବେଳ ଯାଏଁ ରୋଗୀଙ୍କୁ ମୃତ ଘୋଷଣା କରିବା କଥା ନୁହେଁ । ବୋରୀ ଦେବୀ ପୂର୍ବରୁ ମଧ୍ୟ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସନ୍ତି । ଏମିତି ହୋଇପାରେ ସୁଗାର ଲେବଲ କମ ହେବା ଫଳରେ ସେ ବେହୋସ ହୋଇଯାଇଥିବେ । କିନ୍ତି ମୃତ୍ୟୁ ପରେ ଜିଇଁ ଉଠିବା କେବେ ସମ୍ଭବ ହୋଇନାହିଁ କି ହେବନାହିଁ ବୋଲି ଡାକ୍ତର କହିଛନ୍ତି ।