ପଦାରେ ପଡିଲା ସରକାରୀ ଅବ୍ୟବସ୍ଥାର କରୁଣ ଚିତ୍ର ! ଆସିଲାନି ଆମ୍ବୁଲାନ୍ସ, ଚଳନ୍ତା ବସରେ ପିଲା ଜନ୍ମ କଲେ ପ୍ରସୂତି ।

24

ଜନସାଧାରଣ ମାନଙ୍କ ନିମନ୍ତେ କ୍ରମାଗତ ଭାବରେ କିଛି ନୂଆ ବ୍ୟବସ୍ଥା କରାଯାଉଥିବା ବେଳେ ଏହାର ବାସ୍ତବ ଚିତ୍ର ପ୍ରତିଫଳିତ ହେଉଛି । ସରକାରୀ ବ୍ୟବସ୍ଥା ବାରମ୍ବାର ବିଫଳ ହେଉଥିବା ଅନେକ ନଜିର ରହିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଛତ୍ରପୁରଠାରେ । ପୁଣି ଆମ୍ବୁଲାନ୍ସ ନମିଳିବାରୁ ନକରିବା ସ୍ଥାନରେ କରିବାକୁ ପଡ଼ିଛି ପ୍ରସୂତିଙ୍କ ପ୍ରସବ । ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ଅଣଦେଖା କରାଯାଇ ଆମ୍ବୁଲାନ୍ସ ଦେବା ପାଇଁ ମଧ୍ୟପ୍ରଦେଶର ଛତରପୁରସ୍ଥିତ ଏକ ହସ୍ପିଟାଲ୍ ମନା କରି ଦେଇଥିଲା । ଫଳରେ ବାଧ୍ୟ ହୋଇ ପ୍ରସୂତିଙ୍କ ପ୍ରସବ ଏକ ଚଳନ୍ତା ବସ୍ ମଧ୍ୟରେ ହୋଇଥିବାର ଦେଖିବାକୁ ମିଳିଛି ।

ଅଭିଯୋଗ ଆସିଛି ଯେ କମ୍ୟୁନିଟି ହସ୍ପିଟାଲର ଚିକିତ୍ସକମାନେ ପ୍ରସୂତିଙ୍କୁ ଜିଲ୍ଲା ହସ୍ପିଟାଲକୁ ପଠାଇ ଦେଇଥିଲେ । ମାତ୍ର ହସ୍ପିଟାଲ୍ ପକ୍ଷରୁ ମହିଳାଙ୍କ ସକାଶେ କୌଣସି ଯାନର ବ୍ୟବସ୍ଥା କରା ଯାଇନଥିଲା । ମହିଳା ଜଣକ ଯନ୍ତ୍ରଣା ପାଇ ପାଇଁ ଏକଦମ ଖରାପ ଅବସ୍ଥାରେ ପରିବାର ଲୋକଙ୍କ ସହ ଏକ ବସରେ ଚଢ଼ିଥିଲେ । ଏ ସଂପର୍କରେ ମହିଳାଙ୍କ ସ୍ୱାମୀ କହନ୍ତି, ‘ମୁଁ ପ୍ରଥମେ ମୋ ପତ୍ନୀଙ୍କୁ କମ୍ୟୁନିଟି ହସ୍ପିଟାଲକୁ ନେଇ ଯାଇଥିଲି । ସେଠାରେ ସେମାନେ ଜିଲ୍ଲା ହସ୍ପିଟାଲକୁ ପଠାଇ ଦେଇଥିଲେ । ହସ୍ପିଟାଲ୍ ପକ୍ଷରୁ କୌଣସି ଗାଡ଼ିର ବନ୍ଦୋବସ୍ତ କରାଯାଇ ନଥିବାରୁ ମୁଁ ଓ ମୋ ପତ୍ନୀ ଏକ ବସ୍ ଯୋଗେ ଯାତ୍ରା କରିଥିଲେ । ଚଳନ୍ତା ବସରେ ଆମ ପିଲା ଜନ୍ମ ନେଇଛି । ଏହିପରି ସମାନ ଘଟଣା ଛତିଶଗଡ଼ର ଜଶପୁର ଅଞ୍ଚଳରେ ଘଟିଛି । ଜଣେ ପ୍ରସୂତି ରାସ୍ତା ଅସୁବିଧା ହେତୁ ଚାଲି ଚାଲି ଯାଉଥିବା ଅବସ୍ଥାରେ ମଙ୍ଗଳବାର ପିଲା ଜନ୍ମ କରିଥିବା ସୂଚନା ରହିଛି ।