ସ୍କୁଟିରେ ଯାଉଥିବା ବେଳେ ଚାପିଦେଲା ଟ୍ରକ୍ : ଘଟଣାସ୍ଥଳରେ ଚାଲିଗଲା ମାଆ-ଝିଅଙ୍କ ଜୀବନ

531

କନକ ବ୍ୟୁରୋ : ଜଗତସିଂହପୁର ଚସାପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରକ୍ । ଚାପି ହୋଇ ଘଟଣାସ୍ଥଳରେ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଛି । ମୃତକ ମୁଳିସିଂହ ଗାଁର ବୋଲି ଜଣାପଡ଼ିଛି । ଏମାନେ ଏକ ସ୍କୁଟିରେ ଜତସିଂହପୁର ଯାଉଥିବା ଟ୍ରକ୍ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।