ଭିକ ମାଗି ମାଗି କୋଟିପତି ! ୧୦ ବର୍ଷ ହେଲା ଭିକ ମାଗୁଛନ୍ତି ମହିଳା । ଆକାଉଣ୍ଟରେ ଜମା ଥିବା ଟଙ୍କା ଦେଖି ଉଡିଲା ବ୍ୟାଙ୍କ କର୍ମଚାରୀଙ୍କ ହୋସ୍ ।

3,098

କନକ ବ୍ୟୁରୋ : ଦୁନିଆରେ ଏବେ ଅନେକ ଦେଶରେ ଭିକ ମାଗିବାକୁ ଅପରାଧ ବୋଲି କୁହାଯାଉଛି । କିନ୍ତୁ ତଥାପି ମଧ୍ୟ ଲୋକେ ଭିକ ମାଗିବା ବନ୍ଦ କରୁ ନାହାନ୍ତି । ବିଭିନ୍ନ ଦେଶର ପ୍ରସିଦ୍ଧ ସ୍ଥାନ ମାନଙ୍କରେ ଅନେକ ଭିକାରୀଙ୍କୁ ଭିକ ମାଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ । ଏବେ ସେଭଳି ଜଣେ ମହିଳା ଭିକାରୀଙ୍କ କାହାଣୀ ଚର୍ଚ୍ଚାରେ ରହିଛି । ମହିଳା ଭିକାରୀଙ୍କ ଆକାଉଣ୍ଟରେ ଥିବା ଟଙ୍କା ଦେଖି ବ୍ୟାଙ୍କ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ସୂଚନା ମୁତାବକ, ମହିଳାଜଣଙ୍କ ଲେବନାନର ବାସିନ୍ଦା ହୋଇଥିବା ବେଳେ ତାଙ୍କ ନାଁ ଓ୍ଵାଫା ମହମ୍ମଦ ଅବଦ ବୋଲି ଜଣା ପଡ଼ିଛି । ଓ୍ଵାଫାଙ୍କ ବ୍ୟାଙ୍କ ଆକାଉଣ୍ଟ ଚେକ୍‌ କରିବା ପରେ ତାଙ୍କ ଆକାଉଣ୍ଟରେ ୬.୩୭କୋଟି ଟଙ୍କା ଥିବା ଜଣା ପଡ଼ିଥିଲା । ଓ୍ଵାଫା ନିଜର ଟଙ୍କା ଗୋଟେ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ପଠାଇବା ପାଇଁ ବ୍ୟାଙ୍କରେ ପହଞ୍ଚିଥିବା ବେଳେ ପ୍ରକୃତ ଘଟଣାଟି ସାମ୍ନାକୁ ଆସିଥିଲା । ଓ୍ଵାଫା ଟଙ୍କା ଅନ୍ୟ ଆକାଉଣ୍ଟକୁ ପଠାଇବା ପାଇଁ ଆବେଦନ କରିବା ପରେ ପଠାଯିବାକୁ ଥିବା ଟଙ୍କାକୁ ଦେଖି ବ୍ୟାଙ୍କ କର୍ମଚାରୀଙ୍କ ହୋସ୍‌ ଉଡ଼ି ଯାଇଥିଲା । ମହିଳାଜଣଙ୍କ ନିଜ ଚେକ୍‌ରେ ଯେତିକି ଟଙ୍କା ପଠାଇବା ପାଇଁ ଆବେଦନ କରିଥିଲେ ସେତିକି ଟଙ୍କା ବ୍ୟାଙ୍କ କର୍ମଚାରୀଙ୍କ ପାଖରେ ନଥିଲା ।

ଓ୍ଵାଫାଙ୍କ ଦୁଇଟି ଚେକ୍‌ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେପ୍ଟେମ୍ବର ୩୦, ୨୦୧୯ତାରିଖ ଲେଖାଯାଇଛି । ଓ୍ଵାଫା ଏକ ପ୍ରସିଦ୍ଧ ଡାକ୍ତରଖାନା ବାହାରେ ବସି ପ୍ରତିଦିନ ଭିକ ମାଗିଥାନ୍ତି । ପ୍ରାୟ ୧୦ବର୍ଷ ହେଲାଣି ଓ୍ଵାଫା ଡାକ୍ତରଖାନା ବାହାରେ ଭିକ ମାଗି ଆସୁଛନ୍ତି ବୋଲି ଡାକ୍ତରଖାନାର ଜଣେ ନର୍ସ କହିଛନ୍ତି ।