ଦିଲ୍ଲୀ ରେଳ ଷ୍ଟେସନରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ୪ ଅଭିଯୁକ୍ତ ଗିରଫ।

160

କନକ ବ୍ୟୁରୋ: ପୁଣି ଦିଲ୍ଲୀରେ ଦୁଷ୍କର୍ମ । ଦିଲ୍ଲୀ ରେଳ ଷ୍ଟେସନରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଦିଲ୍ଲୀ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ସମସ୍ତ ଅଭିଯୁକ୍ତ ରେଲୱେ କର୍ମଚାରୀ ବୋଲି ଜଣାପଡିଛି । ରେଳବାଇ ଡିସିପି ହରେନ୍ଦ୍ର ସିଂ କହିଛନ୍ତି ଜୁଲାଇ ୨୧ରେ ଏହି ଘଟଣା ଘଟିଛି ।

ଜଣେ ମହିଳା ବିଳମ୍ବିତ ରାତିରେ ରେଲୱେ ଷ୍ଟେସନ ଥାନାକୁ ଫୋନ୍ କରି ତାଙ୍କ ସହ ଗଣଦୁର୍ଷ୍କମ କରିଥିବା କହିଥିଲେ । ପ୍ଲାଟଫର୍ମ ନମ୍ବର ୮-୯ ସ୍ଥିତ ଇଲେକ୍ଟ୍ରିକାଲ ମେଂଟେନାନ୍ସ ରୁମ୍ରେ ପୀଡିତଙ୍କ ସହ ଗଣଦୁଷ୍କର୍ମ କରାଯାଇଛି । ରେଲବାଇ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଏହି ୪ ଅଭିଯୁକ୍ତ ରେଳବାଇର ବୈଦୁଦିକ ବିଭାଗରେ କାର୍ଯ୍ୟରତ ଥିଲେ ।