ରାଜ୍ୟରେ କମୁଛି ସଂକ୍ରମଣ : ଗତ ୨୪ ଘଂଟାରେ ସାରା ରାଜ୍ୟରେ ୮୬୮ ନୂଆ ସଂକ୍ରମିତ ଚିହ୍ନଟ, ସଂଗରୋଧରୁ ୮୦୨ ସ୍ଥାନୀୟ ଅଂଚଳରୁ ୩୬୬ ପଜିଟିଭ୍; ୨୪ ଘଂଟାରେ ଆଉ ୧୫ ଜଣଙ୍କ ମୃତ୍ୟୁ

341

କନକ ବ୍ୟୁରୋ :  ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଂଟାରେ ୮୬୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫୦୨ ଜଣ ଥିବା ବେଳେ ସ୍ଥାନୀୟ ଅଂଚଳରୁ ୩୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲାରୁ ଶହେ ତଳକୁ ରହିଛନ୍ତି ସଂକ୍ରମିତ । ଖୋର୍ଦ୍ଧରୁ ୧୦୨ଜଣ, ସୁନ୍ଦରଗଡ଼ରୁ ୮୨, କଟକରୁ ୬୫, ବାଲେଶ୍ୱରରୁ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୧୦ ହଜାର ୯୨୦ରେ ପହଂଚିଛି । କରୋନା କବଳରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩ଲକ୍ଷ ୪୭୪ଜଣ । ଏବେବି ସକ୍ରିୟ ଅଛନ୍ତି ୮ ହଜାର ୮୧୮ଜଣ । ସେହିପରି ୨୪ ଘଂଟାରେ କରୋନାରେ ୧୫ଜଣଙ୍କ ମୃତ୍ୟୁ ହୋଇଛି ।