ୱିପ୍ରୋରେ ଶେଷ ହେବ ଅଜୀମ ପ୍ରେମଜୀଙ୍କ ଯୁଗ: ପୁଅ ରିଶଦ ପ୍ରେମଜୀ ହେବେ ୧.୭୬ ଲକ୍ଷ କୋଟିର ଉତ୍ତରାଧିକାରୀ

ଆଗାମୀ ୫ବର୍ଷ ପାଇଁ ନେବେ ଦାୟିତ୍ୱ;ଆସନ୍ତା ୩୦ ଜୁଲାଇରେ ଅଜୀମ ନେବେ ଅବସର

159

କନକ ବ୍ୟୁରୋ: ଚର୍ଚ୍ଚାରେ ୱିପ୍ରୋ ମାଲିକ ଅଜୀମ ପ୍ରେମଜୀ । ଅଜୀମ ପ୍ରେମଜୀ  ତାଙ୍କ ରିଟାୟରମେଂଟ ନେଇ ଘୋଷଣା କରିସାରିଛନ୍ତି । ୱିପ୍ରୋ ଏକ୍ସିକ୍ୟୁଟିଭି ଚେୟାରମ୍ୟାନ ଓ  ପ୍ରବନ୍ଧ ନିର୍ଦ୍ଦେଶକ ପଦବୀରୁ  ୩୦ ଜୁଲାଇ ୨୦୧୯ରେ ସେ ଅବସରନେବାକୁ ଯାଉଛନ୍ତି । ତେବେ ଅଜୀମ ପ୍ରେମଜୀଙ୍କ ରିଟାୟରମେଂଟ ପରେ କମ୍ପାନୀର ଦାୟିତ୍ୱ କିଏ ନେବ । ତାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଏହା ଉପରେ ଏକପ୍ରକାର ବିରାମ ଲାଗିଛି । କାରଣ ତାଙ୍କ ପୁଅ ରିଶଦ ପ୍ରେମଜୀ ଆଗାମୀ ୫ବର୍ଷ ପାଇଁ ଆଜୀମ ପ୍ରେମଜୀଙ୍କ ଦାୟତ୍ୱରେ ରହିବେ ।

 

୧.୭୬ ଲକ୍ଷ କୋଟିର କମ୍ପାନୀ ଚଳାଇବେ ରିଶଦ ପ୍ରେମଜୀ । ଅର୍ଥାତ ଆଜୀମଙ୍କ ପୁଅ ହାତରେ ରହିବ କମ୍ପାନୀ । ଆସନ୍ତା ଜୁଲାଇ ୩୧ ତାରିଖରୁ ରିଶଦ ପ୍ରେମଜୀ ଦାୟିତ୍ୱ ନେବେ । ବାପା ଅଜୀମ ପ୍ରେମଜୀଙ୍କ ପରି ପୁର ରିଶଦ ପ୍ରେମଜୀ ମଧ୍ୟ ଖୁବ ଲୋକପ୍ରିୟ । ୨୦୦୭ ମସିହାରୁ ରିଶଦ ୱିପ୍ରୋ କମ୍ପାନୀ ସହ ଜଡିତ ଅଛନ୍ତି । ପ୍ରଥମେ ରିଶଦ ଏଠାରୁ ଇନଭେଷ୍ଟର ରିଲେଶନ ଓ କର୍ପୋରେଟ ଆଫେୟାର୍ସ ଦାୟିତ୍ୱରେ ଥିଲେ ।

ୱିପ୍ରୋରୁ କାମ କରିବା ପୂର୍ବରୁ ସେ ଲଣ୍ଡନରେ ଏକ ୱେବ କମ୍ପାନୀୟରେ କାର୍ଯ୍ୟରତ ଥିଲେ । ୨୦୧୪ ମସିହାରେ ରିଶଦଙ୍କ ୱାର୍ଲ୍ଡ ଇକୋନୋମିକ ଫୋରମ ପକ୍ଷରୁ ୟଙ୍ଗ ଗ୍ଲୋବାଲ  ଲିଡର ଭାବେ ସମ୍ମାନିତ କରାଯାଇଥିଲା । ନାସକମର ଚେୟାରମ୍ୟାନ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇ ସାରିଛନ୍ତି । ୱିପ୍ରୋ ହେଉଛି ଦେଶର ତୃତୀୟ ବୃହତ ଆଇଟି କମ୍ପାନୀ ।