ଦୁଇ ଦିନ ପରେ ଓଡିଶାରେ ବଢିବ ଶୀତ । ପାଣିପାଗ ବିଭାଗର ସୂଚନା ଆସନ୍ତା ୩୬ ଘଂଟା ପରେ ଖସିବ ପାରଦ, ବଢିବ ଥଣ୍ଡା

388

କନକ ବ୍ୟୁରୋ : ଆସନ୍ତା ୩୬ ଘଂଟା ପରେ ରାଜ୍ୟରେ ଶୀାତର ପ୍ରକୋପ ଅନୁଭୂତ ହେବ । ପାଣିପାଗ ବିଭାଗର ସୂଚନା ରାଜ୍ୟରେ ସ୍ୱଭାବିକ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ କମିବ । ଏବି ରାଜ୍ୟର ବିଭିନ୍ନ ଅଂଚଳରେ କୁହୁଡି ଅନୁଭୂତ ହେଉଛି । ହେଲେ ଦକ୍ଷିଣ ଓ ପଶ୍ଚିମ ଓଡିଶାକୁ ବାଦ ଦେଲେ ଓଡିଶାର କିଛି ଜିଲ୍ଲାକୁ ବାଦ ଦେଲେ ଏପର୍ଯ୍ୟନ୍ତ ସାରା ରାଜ୍ୟରେ ଶୀତ ଅନୁଭୁତ ହୋଇନାହିଁ ।

ପାଣିପାଗ ବିଶେଷ ଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଅନୁସାରେ ଆସନ୍ତା ୧୦ ତାରିଖ ଯାଏଁ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ । ଆଜି ଠାରୁ ଉତରା ଥଣ୍ଡା ପବନ ବହିବ ଏବଂ ରାତିରୁ ଆଭ୍ୟନ୍ତରୀଣ ଓଡିଶାରେ ଥଣ୍ଡା ବଢିବା ସହ ଦିନର ତାପମାତ୍ରା ମଧ୍ୟ କମିବ ବୋଲି ଜଣାପଡିଛି ।