ସରିଲା ବିଧାନସଭା ଶୀତ ଅଧିବେଶନ । ଗୃହକାର୍ଯ୍ୟ ଶେଷ ହେବାର ବହୁ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଡିସେମ୍ବର ୧୫ ଯାଏଁ ଗୃହ କାର୍ଯ୍ୟ ଚାଲିବାର ଥିଲା

102

କନକ ବ୍ୟୁରୋ: ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଶନିବାର ଶେଷ ହୋଇଛି। ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ମୁଲତବି ରଖିଛନ୍ତି। ଚଳିତ ଶୀତ ଅଧିବେଶନରେ ୫ଟି କାର‌୍ୟ୍ୟଦିବସ ଥିଲା। ନଭେମ୍ବର ୧୬ ରୁ ଆରମ୍ଭ ହୋଇଥିଲା। ଏହା ଡିସେମ୍ବର ୧୫ ପର‌୍ୟ୍ୟନ୍ତ ଚାଲିବାର ଥିଲା। ଆଉ ୧୮ଟି କାର‌୍ୟ୍ୟ ଦିବସ ଚାଲିଥିଲେ ଶୀତ ଅଧିବେଶନ ପୂରା ହୋଇଥାନ୍ତା।

ଉଲ୍ଲେଖ ଥାଉ କି, ବିଧାନସଭା ଶୀତ ଅଧିବେଶନ ଆଜି ଶେଷ ହୋଇଛି । ବହୁପୂର୍ବରୁ ଏହାକୁ ଅନିର୍ଦ୍ଦିଶ୍ଟ କାଳ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ତେବେ ଡିସେମ୍ବର ୧୫ ଯାଏଁ ଗୃହ କାର୍ଯ୍ୟ ଚାଲିବାର ଥିଲା । ବିଧାନସଭାରେ ଯେହେତୁ ଆଉ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିବାରୁ ଏହାକୁ ୧୮ ଦିନ ପୂର୍ବରୁ ଶେଷ କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ସଂକଳ୍ପ ଆଣିଥିଲେ ।

ଅନ୍ୟପଟେ ଏହି ନିଷ୍ପତିକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ ବିରୋଧି ଦଳ । ତେବେ  କେବଳ ୫ ଦିନ କାଳ ଚାଲିପାରିଥିଲା ଗୃହ କାର୍ଯ୍ୟ । ଚାଷୀ ସମସ୍ୟା ଓ ବଳରାମପୁରରେ ଗଛକଟା ପ୍ରସଙ୍ଗରେ ଦୁିଟ ମୁଲତବୀ ପ୍ରସ୍ତାବ ବାବଦରେ ଆଲୋଚନା ହୋଇଥିଲା । ଉଭୟ ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ସଂପର୍କରେ ସଂକଳ୍ପ ପାରିତ ହୋଇଛି ।