ଶୀତଋତୁରେ ଚେହେରା ଏବଂ ଶରୀରର ଯତ୍ନ ନେବା ପାଇଁ ଆପଣାନ୍ତୁ ଏହି ୧୦ ଟି ଉପାୟ ! ତ୍ୱଚା ରହିବ କୋମଳ ।

647

ଲୋକମାନେ ଶୀତ ପାଇଁ ଯେତିକି ଚିନ୍ତିତ ନୁହଁନ୍ତି,ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତିତ ହୋଇପଡନ୍ତି । ଖାସ୍ କରି ଚର୍ମ ଏବଂ ଚେହେରାର ଅଧିକ ଯତ୍ନ ନେବାକୁ ଭୁଲନ୍ତି ନାହିଁ । ଅନ୍ୟ ଋତୁ ଅପେକ୍ଷା ଶୀତଋତୁରେ ତ୍ୱଚା ଅଧିକ ଶୁଷ୍କ ଏବଂ ରୁଖା ହୋଇଯାଏ । ଆଜି ଆମେ ଆପଣଙ୍କୁ ଶୀତ ପ୍ରକୋପରୁ ନିଜ ଚେହେରାକୁ ବଞ୍ଚାଇବା ପାଇଁ କିଛି ଉପାୟ କହିବାକୁ ଯାଉଛୁ । ଯାହାଦ୍ୱାରା ଆପଣଙ୍କ ଚେହେରା ଅନ୍ୟ ଦିନ ଭଳି ସତେଜ ଏବଂ କୋମଳ ରହିବ ।

୧ . ଶୀତଋତୁରେ ଚର୍ମ ଖୁବ୍ ଶୁଷ୍କ ଏବଂ ରୁଖା ହୋଇଯାଇଥାଏ । ଏଥିପାଇଁ ଜରୁରୀ ହେଉଛି ଭିଟାମିନ୍-ଇ ଯୁକ୍ତ ମଏସ୍କରାଇଜର । ମୁହଁକୁ ଭଲଭାବରେ ଥଣ୍ଡାପାଣିରେ ଧୋଇ ଦିନରେ ୩ ରୁ ୪ ଥର ଏବଂ ରାତିରେ ଶୋଇବା ପୂର୍ବରୁ ଥରେ ମଏସ୍କରାଇଜର ଲଗାଇ ଶୁଅନ୍ତୁ ।

୨ . ଗରମ ପାଣିରେ ଗାଧେଇବା ଅପେକ୍ଷା ନଖଉଷୁମ ପାଣିରେ ଗାଧାନ୍ତୁ ଏବଂ ସାବୁନ ପ୍ରୟୋଗ କମ୍ କରନ୍ତୁ । ସ୍କ୍ରବ୍ କରିବା ବନ୍ଦ କରନ୍ତୁ ।

୩ . ଦହି ଏବଂ ଚିନିର ମିଶ୍ରଣ ଏହି ଋତୁରେ ଆପଣଙ୍କ ତ୍ୱଚା ପାଇଁ ବେଶ୍ ଲାଭଦାୟକ ହେବ । ତେଣୁ ଏହି ମିଶ୍ରଣକୁ ମୁହଁରେ ଲଗାଇ ଶୁଖିବାକୁ ଦିଅନ୍ତୁ ଶୁଖିବା ପୂର୍ବରୁ ଅଳ୍ପ ମାଲିସ କରି ନଖଉଷୁମ ପାଣିରେ ମୁହଁକୁ ଧୋଇଦିଅନ୍ତୁ ।

୪ . ଶୀତଋତୁରେ ମଧ୍ୟ ସନସ୍କ୍ରୀନ୍ ଲଗାଇବା ଭୁଲନ୍ତୁ ନାହିଁ ଏବଂ ପ୍ରଚୁରରୁ ପ୍ରଚୁର ପାଣି ପିଅନ୍ତୁ ।

୫ . ଚେହେରାକୁ କୋମଳ ଏବଂ ସୁସ୍ଥ ରଖିବା ପାଇଁ ନଡିଆ ତେଲର ବ୍ୟବହାର କରନ୍ତୁ । ଗାଧୋଇବା ପୂର୍ବରୁ ଶରୀର ଏବଂ ତ୍ୱଚାରେ ନଡିଆ ତେଲ ଲଗାଇ ଗାଧାନ୍ତୁ । ଚର୍ମ କେବେ ଶୁଷ୍କ ହେବ ନାହିଁ ।

୬ . ଗ୍ଲିସେରିନ୍ ,ଲେମ୍ବୁ ଏବଂ ୩-୪ ବୁନ୍ଦା ଗୋଲାପଜଳ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବଂ ଏହି ମିଣ୍ରଣକୁ ପ୍ରତିଦିନ ଶୋଇବା ପୂର୍ବରୁ ଚେହେରା ସମେତ ଶରୀରରେ ଲଗାଇ ଶୁଅନ୍ତୁ । ସକାଳୁ ଉଠି ନଖଉଷୁମ ପାଣିରେ ଗାଧାନ୍ତୁ ।

୭ . କସମେଟିକ୍ ପ୍ରଡକ୍ଟ ଅପେକ୍ଷା ପ୍ରାକୃତିକ ତଥା ଘରୋଇ ଜିନିଷକୁ ବ୍ୟବହାର କରନ୍ତୁ ।

୮ . ହାତ ଶୁଷ୍କ ହେଉଥିଲେ ମହୁ,ଲେମ୍ବୁ କିମ୍ବା ଲେମ୍ବୁ,ଚିନିର ମିଶ୍ରଣକୁ ହାତରେ ମାଲିସ୍ କରି କିଛି ସମୟ ଛାଡିଦିଅନ୍ତୁ । ଏହା ପରେ ହାତକୁ ଧୋଇନିଅନ୍ତୁ ।

୯ . କିଛି ଲୋକଙ୍କ ଚେହେରା ଆଗରୁ ହିଁ ଶୁଷ୍କ ହୋଇଥାଏ ଶୀତରେ ଏମାନଙ୍କ ଅବସ୍ଥା ଆହୁରି ଗୁରୁତର ହୋଇପଡେ । ଏଭଳି ଅବସ୍ଥାରେ କ୍ଷୀର ଆପଣଙ୍କ ପାଇଁ ଲାଭଦାୟକ ହେବ । ୪୦ ମିନିଟ୍ କ୍ଷୀରକୁ ଶରୀର ଏବଂ ଚେହେରାରେ ମାଲିସ୍ କରି ନଖଉଷୁମ ପାଣିରେ ଏହାକୁ ଧୋଇନିଅନ୍ତୁ ।

୧୦ . ଗ୍ଲିସେରିନ୍,ଗୋଲାପଜଳ ଏବଂ ଘିକୁଆଁରୀ ରସକୁ ମିଶାଇ ରାତିରେ ଶୋଇବା ପୂର୍ବରୁ ଲଗାଇ ଶୁଅନ୍ତୁ ।