କନକ ବ୍ୟୁରୋ : ଚୀନ୍ କମ୍ୟୁନିଷ୍ଟ ପାର୍ଟି ଏହାର ପ୍ରତିଷ୍ଠାତା ମାଓ ଜେଡୋଙ୍ଗଙ୍କ ଯୁଗର ପୁନରାବୃତି କରିବାକୁ ଯାଉଛି । ଆମେରିକା ଓ ପାଶ୍ଚାତ୍ୟ ଦେଶର ଚାପ ମଧ୍ୟରେ ସି ଜିନପିଙ୍ଗଙ୍କୁ ରାଷ୍ଟ୍ରପତି ଭାବରେ ଚୟନ କରିବାକୁ ଚୀନ କମ୍ୟୁନିଷ୍ଟ ପାର୍ଟି ନିଷ୍ପତି ନେଇଛି । ବୁଧବାର ଏ ନେଇ ବେଜିଂରେ ଏକ ରୁଦ୍ଧ ଦ୍ୱାର ବୈଠକ ବସିଥିଲା । ଏହି ବୈଠକ ପରେ ଦଳ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି । ଯେଉଁଥିରେ ଜିନପିଙ୍ଗଙ୍କୁ ଦଳର ‘କୋର’ ଅର୍ଥାତ୍ ମୁଖ୍ୟ ନେତା ବୋଲି କୁହାଯାଇଛି । ଚୀନରେ ଜିନପିଙ୍ଗ ପାଶ୍ଚାତ୍ୟ ଦେଶ ବିରୁଦ୍ଧରେ ଆକ୍ରମଣାତ୍ମକ ନେତା ଭାବରେ ମାନ୍ୟତା ପାଇଛନ୍ତି । ଏହି କାରଣରୁ ଦଳ ପୁରୁଣା ୧୦ ବର୍ଷର କାର୍ଯ୍ୟକାଳ ନିୟମ ଭାଙ୍ଗିବାକୁ ନିଷ୍ପତି ନେଇଛି । ଅକ୍ଟୋବର ୧୬ ରେ ଏକ ବୈଠକ ବସିବ । ଯେଉଁଥିରେ ଜିନପିଙ୍ଗଙ୍କ ନାମ ରାଷ୍ଟ୍ରପତି ଭାବରେ ଘୋଷଣା ହେବ । ଏହି ଚାରି ଦିନିଆ ବୈଠକରେ ଜିନପିଙ୍ଗଙ୍କ ତୃତୀୟ କାର୍ଯ୍ୟକାଳ ଅନୁମୋଦନ ପାଇବ । ଚୀନ୍ କମ୍ୟୁନିଷ୍ଟ ପାର୍ଟି ପ୍ରେସ ବିଜ୍ଞପ୍ତି ଜରିଆରେ ଜିନପିଙ୍ଗ ଏବଂ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛି ।
ଚୀନରେ ମାଓ ଜେଡୋଙ୍ଗ ଯୁଗର ହେବ କି ପୁନରାବୃତି, ସି ଜିନପିଙ୍ଗଙ୍କୁ ପୁଣି ରାଷ୍ଟ୍ରପତି କରିବାକୁ ଚୀନ କମ୍ୟୁନିଷ୍ଟ ପାର୍ଟିର ନିଷ୍ପତ୍ତି
/kanak/media/post_attachments/wp-content/uploads/2022/10/6-13.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)