ଇମ୍ରାନ ଖାନଙ୍କ ବିରୋଧରେ ଆସିବ କି ଦେଶଦ୍ରୋହ ମାମଲା? ବିରୋଧୀଙ୍କୁ ମାତ୍ ଦେବା ପାଇଁ ନେଇଥିବା ପଦକ୍ଷେପ ପଡିପାରେ ମହଙ୍ଗା

101

କନକ ବ୍ୟୁରୋ: ରାଜନୈତିକ ଅସ୍ଥିରତା ଦେଇ ଗତି କରୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆସିପାରେ ରାଷ୍ଟ୍ରଦ୍ରୋହ ମାମଲା । ବିରୋଧୀଙ୍କୁ ମାତ୍ ଦେବା ପାଇଁ ଇମ୍ରାନ ନେଇଥିବା ପଦକ୍ଷେପ ଗୁଡିକ ଅସାମ୍ବିଧାନିକ ବୋଲି କୁହାଯାଇଛି ଏବଂ ଏହାକୁ ନେଇ ତାଙ୍କ ନାଁରେ କୋର୍ଟରେ ରାଷ୍ଟ୍ରଦ୍ରୋହ ମାମଲା ରୁଜୁ ହୋଇପାରେ । ବିରୋଧୀ ତାଙ୍କ ବିରୋଧରେ ଗତ ମାସରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଯେଉଁଥିରେ ତାଙ୍କୁ ମାତ୍ ଦେବା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ ଇମ୍ରାନ ଖାନ । ଏନେଇ ପାକିସ୍ତାନୀ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ସମ୍ବିଧାନର ବ୍ୟବସ୍ଥାକୁ ଉଲ୍ଲେଖ କରି ବିଭିନ୍ନ କୋର୍ଟରେ ଦାଖଲ ହୋଇଥିବା ପିଟିସନରେ ଉଲ୍ଲେଖ ଅଛି ଇମ୍ରାନ ଖାନ ବିରୋଧୀଙ୍କ ବିରୋଧରେ ତାଙ୍କ କ୍ଷମତାର ଅପବ୍ୟବହାର କରିଥିଲେ । ତେଣୁ ସେ ଦେଶଦ୍ରୋହର ନୂତନ ଅଭିଯୋଗର ସମ୍ମୁଖିନ ହୋଇପାରନ୍ତି । ପାକିସ୍ତାନୀ ଗଣମାଧ୍ୟମ ‘ଇସଲାମ ଖବର’ରେ ରିପୋର୍ଟ ପ୍ରକାଶ କରିଛି ।

  • ଅନାସ୍ଥା ଭୋଟ ରୋକିବାରେ ପଦର ଅପବ୍ୟବହାର କରିଥିବା ଅଭିଯୋଗ
  • ଇମ୍ରାନଙ୍କ ବିରୋଧରେ ଦେଶଦ୍ରୋର ଲମ୍ବା ତାଲିକା

ଯଦିଓ ଇସଲାମାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ଅଥାର ମୀନାଲା ଏହି ଆବେଦନ ମଧ୍ୟରୁ ଗୋଟିଏକୁ ଅମୂଳକ ଦର୍ଶାଇ ପ୍ରତ୍ୟାଖାନ କରିଦେଇଥିଲେ । ତଥାପି କୋର୍ଟରେ ବିଚାରଧୀନ ଥିବା ଅନ୍ୟ ଆବେଦନ ଉପରେ ନିଷ୍ପତି ଖାନଙ୍କ ବିପଦ ବଢାଇପାରେ । ନ୍ୟାସନାଲ ଆସେମ୍ବଲିରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ବିଫଳ ହେବେ ବୋଲି ଇମ୍ରାନ ଏକ ପ୍ରକାର ସ୍ପଷ୍ଟ ଜାଣିସାରିଥିଲେ । ଏଥିପାଇଁ ସେ ଅନାସ୍ଥା ପ୍ରସ୍ତାବକୁ ରୋକିବାକୁ ପ୍ରୟାସ କରି ଏଥିରେ ବିଫଳ ହୋଇଥିଲେ । ଏବଂ ଏପ୍ରିଲ ୧୦ତାରିଖରେ ଗାଦି ହରାଇବାର କିଛି ସମୟ ଭିତରେ ସେ ସ୍ୱାଧିନତା ସଂଗ୍ରାମ ଆରମ୍ଭ କରିବା ନେଇ ଘୋଷଣା କରିଥିଲେ । ଏବଂ ଏହାପରେ ଅନସ୍ଥା ପ୍ରସ୍ତାବ ଉପରେ ଭୋଟିଂକୁ ନେଇ ସୁପ୍ରିମକୋର୍ଟକୁ ବାରମ୍ବାର ହସ୍ତକ୍ଷେପ କରିବାକୁ ପଡିଥିଲା । ଏବଂ ଲଗାତର ଭାବେ ୪ ଦିନିଆ ଶୁଣାଣୀ ପାଇଁ ସବୁପକ୍ଷଙ୍କୁ ଡାକିଥିଲେ ସୁପ୍ରିମକୋର୍ଟ । ଏହାବାଦ୍ ସରକାରଙ୍କ ଆଇନ ବିଭାଗ ଗଭୀର ଚିନ୍ତା ପ୍ରକାଶ କରିବା ପରେ ବି ପାକିସ୍ତାନର ପ୍ରଧାନ ବିଚାରପତିଙ୍କୁ ଏକ ଚିଠି ପଠାଇଥିଲେ ଇମ୍ରାନ । ଏକ ବିଦେଶୀ ରାଷ୍ଟ୍ର ପାକିସ୍ତାନର ରାଷ୍ଟ୍ରଦୂତଙ୍କ ମାଧ୍ୟମରେ ଏକ ଧମକଭରା ଚିଠି ଦେଇଥିବା ସେ ଦାବି କରିଥିଲେ ।

ଗାଦି ହରାଇବା ଭୟରେ ବିରୋଧୀଙ୍କ ବିରୋଧରେ ନେଇଥିବା ପଦକ୍ଷେପ ଯୋଗୁଁ ପୁଣି ରାଷ୍ଟ୍ରଦ୍ରୋହର ସମ୍ମୁଖିନ ହୋଇପାରନ୍ତି ଇମ୍ରାନ ଖାନ । କୁହାଯାଏ ସେନା ସହ ମତଭେଦ ଯୋଗୁଁ ଗାଦି ହରାଇଲେ ଇମ୍ରାନ । କାରଣ ପାକିସ୍ତାନ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିଲେ ବି ସରକାର ଗଠନରେ ପରୋକ୍ଷ ଭାବେ ସେନାର ମୁଖ୍ୟ ଭୂମିକା ରହିଥାଏ । ଆଉ ପାକିସ୍ତାନ ଇତିହାସରେ ଗାଦି ହରାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସହ କଣ ହୋଇଛି ନଜର ପକାନ୍ତୁ…

  • ସେନା ବିରୋଧରେ ଷଡଯନ୍ତ୍ର କରି ମୃତ୍ୟୁ, ଦେଶରୁ ବିଦା, ନହେଲେ କ୍ଷମତା ହରାଇବାର ନଜିର ଅଛି
  • ତେଣୁ ଇମ୍ରାନଙ୍କ ବିରୋଧରେ ଦୁର୍ନୀତି ଏବଂ ଅନ୍ୟାନ୍ୟ ମାମଲାରେ ଫଳାଫଳ ଆହୁରି ଆସିବା ବାକି
  • ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ଦେଶଦ୍ରୋହ ମାମଲା ଲାଗିଛି
  • ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଦେଶ ଛାଡିବାକୁ ପଡେ
  • ବିରୋଧୀ ଇମ୍ରାନଙ୍କ ବିରୋଧରେ ରାଜଦ୍ରୋହ ଅଭିଯୋଗ ଆଣିଛନ୍ତି
  • ଅନ୍ୟ ଦେଶକୁ ଯିବା ଉପରେ ଲାଗିପାରେ ପ୍ରତିବନ୍ଧକ