କାକଟପୁର ମଙ୍ଗଳାଙ୍କ ଚୈତ୍ର ଯାତ୍ରାକୁ ନେଇ ଆଶା ଆଶଙ୍କାରେ ଭକ୍ତ ଓ ସେବାୟତ : କରୋନା ସଂକ୍ରମଣ ବଢୁଥିବାରୁ ଯାତ୍ରା ହେବା ନେଇ ସନ୍ଦେହ

ଏଯାଏଁ ନିଷ୍ପତ୍ତି କରିନାହିଁ ପୁରୀ ଜିଲ୍ଲା ପ୍ରଶାସନ

73

କନକ ବ୍ୟୁରୋ : ଚଳିତ ମାସ ୩୦ ତାରିଖରେ ରାଜ୍ୟର ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ କାକଟପୁରର ମା’ ମଙ୍ଗଳାଙ୍କ ଚୈତ୍ର ପର୍ବ ଅନୁଷ୍ଠିତ ହେବାକୁ ଯାଉଛି । ଆଉ ମାତ୍ର ୮ ଦିନ ବାକି । କୋରନା ଯୋଗୁଁ ୧୦ ମାସ ଧରି ମନ୍ଦିର ବନ୍ଦ ରହିଥିଲା । ଏବେ ୨ ମାସ ହେବ ମନ୍ଦିର ଖୋଲିଛି । ମନ୍ଦିରରେ ପ୍ରତିଦିନ ଭକ୍ତଙ୍କ ପ୍ରବଳ ଭିଡ ହେଉଛି ।

ମା’ଙ୍କ ଚୈତ୍ର ପର୍ବରେ ୫ଟି ମଙ୍ଗଳବାର ପାଳି ଯାତ୍ରା ଅନୁଷ୍ଠିତ ହୋଇଥାଏ । ପ୍ରଥମ ପାଳି ଯାତ୍ରାରେ ମା’ଙ୍କ ଜନ୍ମ ଉତ୍ସବ ପଡୁଥିବାରୁ ହଜାର ହଜାର ଭକ୍ତ ରାଜ୍ୟର ବିଭିନ୍ନ ଅଂଚଳରୁ ଦର୍ଶନ କରିବାକୁ ଆସିବେ । ପ୍ରଥମ ପାଳିଯାତ୍ରାରେ ମା’ଙ୍କ ନେତକୁ ବେଢା ପରିକ୍ରମା କରାଯିବା ସହ ଗୋପାଳ ଭାଇମାନଙ୍କ ଲଉଡି ଖେଳ ସାଙ୍ଗକୁ ଘଂଟ ପାଟୁଆ ନୃତ୍ୟ ଅନୁଷ୍ଠିତ ହେବ । ସେଥିପାଇଁ ହଜାର ହଜାର ଭକ୍ତ ମା’ଙ୍କ ପୀଠକୁ ଆସିପାରନ୍ତିି ।

କିନ୍ତୁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ତେଣୁ ଯଦି ଏହି ଯାତ୍ରାକୁ ଅନୁମତି ଦିଆଯାଏ ତାହାହେଲେ କୋରନା ବ୍ୟାପିବାର ଆଶଙ୍କା ରହିଛି । ସେଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ କିମ୍ବା ଦେବୋତର ବିଭାଗ ବର୍ତମାନ ସୁଦ୍ଧା କିଛି ନିଷ୍ପତ୍ତି ନେଇ ନାହାନ୍ତି । ତେଣୁ ଏଥର ଯାତ୍ରା ହେବ କି ନାହିଁ ତାକୁ ନେଇ ସନ୍ଦେହରେ ଅଛନ୍ତି ଭକ୍ତ ଓ ମାଙ୍କ ସେବାୟତ ।

Comments are closed.