ଓମିକ୍ରନର ବିପଦ କମାଇବ କି ବୁଷ୍ଟର ଡୋଜ୍? ପଢନ୍ତୁ, କଣ ପରାମର୍ଶ ରଖିଲେ ବୈଜ୍ଞାନିକ

210

କନକ ବ୍ୟୁରୋ: ଭାରତରେ ଡିସେମ୍ୱର ୨ ତାରିଖରେ କର୍ଣ୍ଣାଟକରୁ ଚିହ୍ନଟ ହୋଇଥିଲା ଓମିକ୍ରନର ପ୍ରଥମ ୨ଟି ନମୂନା । ମାତ୍ର ୨୪ ଘଣ୍ଟା ପରେ ବେଙ୍ଗାଲୁରୁ, ଦିଲ୍ଲୀ, ମୁମ୍ୱାଇ ପରି ସହରରେ ଓମିକ୍ରନ ମାମଲା ସାମ୍ନାକୁ ଆସିଲାଣି । ଏପରି ଅବସ୍ଥାରେ ପ୍ରଶ୍ନ ଉଠୁଛି, ଓମିକ୍ରନକୁ ରୋକାଯିବ କେମିତି? ଡେଲଟା ଠାରୁ ୩ ଗୁଣ ବେଗରେ ସଂକ୍ରମିତ ହେଉଥିବା ନୂଆ ପ୍ରଜାତିର କରୋନା ଉପରେ ଗବେଷଣା ଆରମ୍ଭ ହୋଇଗଲାଣି । ଏପରି ସମୟରେ ଦେଶରେ କରୋନା ଭୂତାଣୁକୁ ନେଇ ଜିନୋମ ସିକ୍ୱେନ୍ସିଂ କରୁଥିବା ୨୮ଟି ପରୀକ୍ଷାଗାର ପକ୍ଷରୁ , ଦେଶରେ ବୁଷ୍ଟର ଡୋଜ୍ ଦିଆଯିବାକୁ ପରାମର୍ଶ ଆସିଲାଣି ।

ବୁଷ୍ଟର ଡୋଜ୍ ପାଇଁ କେନ୍ଦ୍ରକୁ ପରାମର୍ଶ

  • ଦେଶରେ ଓମିକ୍ରନକୁ ମୁକାବିଲା ପାଇଁ ୨୮ ପରୀକ୍ଷାଗାରର ପରାମର୍
  • ୪୦ ବର୍ଷ ଓ ଅଧିକ ବୟସ୍କଙ୍କୁ ଅଧିକ ରହିଛି ଓମିକ୍ରନ ବିପ
  • ଟିକା ନେଇନଥିବା ଲୋକଙ୍କ ପାଇଁ ଓମିକ୍ରନର ବିପଦ ଅଧିକ
  • ଟିକାର ଦୁଇ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ପରାମର୍ଶ

ଓମିକ୍ରନର ମୁକାବିଲା କରିବାକୁ କରୋନା ଟିକା କେତେ ପ୍ରଭାବୀ ତାହା ନେଇ ଗବେଷଣାର ଆବଶ୍ୟକତା ରହିଛି । ତେବେ ବୈଜ୍ଞାନିକ ଏତିକି ସ୍ପଷ୍ଟ କଲେଣି, କରୋନାର ଦୁଇ ଡୋଜ୍ ନେଇଥିବା ବ୍ୟକ୍ତି ଓମିକ୍ରନ ଯୋଗୁଁ ସଂକ୍ରମିତ ହେଲେ ସେତେଟା ଗୁରୁତର ହେବା ସଂଭାବନା କମ୍ ରହିଛି ।

  • ଆମେରିକା ଓ ବ୍ରିଟେନରେ ବୁଷ୍ଟର ଡୋଜକୁ ଅନୁମତି
  • ଓମିକ୍ରନର ବିପଦ କମାଇବ ବୁଷ୍ଟର ଡୋଜ୍!

ବିଦେଶରେ ବୁଷ୍ଟର ଡୋଜକୁ ଅନୁମତି ଦିଆଗଲାଣି । ଭାରତ ସରକାର କେବେ ଏହାକୁ ନେଇ ବିଚାର କରିବେ? ତାହା ନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ଓମିକ୍ରନକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା, ସେତେଟା ବିପଦଜନକ ହେବନାହିଁ ଓମିକ୍ରନ । ତେବେ ଏହାକୁ ମୁକାବିଲା କରିବାକୁ କେନ୍ଦ୍ର ସରକାର ଗୋଟିଏ ମନ୍ତ୍ର ଜାରି କରିଛନ୍ତି, ତାହା ହେଉଛି ଟିକାକରଣ । ପ୍ରାଥମିକ ସ୍ତରରେ ଓମିକ୍ରନ ସେତେ ଗୁରୁତର ସ୍ଥିତି କରିବ ନାହିଁ ବୋଲି କୁହାଯାଉଛି । ଅର୍ଥାତ୍ ଏହାର ପ୍ରଭାବ କମ୍ ରହିବ ।

ବର୍ତମାନ କରୋନାର ମୁକାବିଲା କରୁଥିବା ଟିକା ,ଓମିକ୍ରନ ବିରୋଧରେ ସେତେ କାମ ଦେବନି ବୋଲି କୌଣସି ପ୍ରମାଣ ମିଳିନାହିଁ । ଟିକାକରଣ ପରେ ଶରୀରରେ ସୃଷ୍ଟି ହେଉଥିବା ପ୍ରତିରୋଧକ ଶକ୍ତି , ଗୁରୁତର ରୋଗ ବିରୋଧରେ କାମ କରିବ । ତେଣୁ ବର୍ତମାନ ଟିକା ନେବା ସବୁଠାରୁ ଜରୁରୀ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ୫୦ରୁ ଅଧିକ ଥର ରୂପ ବଦଳାଇଲାଣି ଓମିକ୍ରନ । ଡେଲଟା ତୁଳନାରେ ଏହା ଅଧିକ ଘାତକ କି ନାହିଁ ତାହା ନେଇ ବୈଜ୍ଞାନିକଙ୍କ ଅନୁସନ୍ଧାନ ଜାରି ରହିଛି । ବର୍ତମାନ କରୋନାର ମୁକାବିଲା କରୁଥିବା ଟିକା, ଓମିକ୍ରନର କେତେ ମୁକାବିଲା କରିପାରିବ, ତାହାକୁ ନେଇ ମଧ୍ୟ ଆଗକୁ ଅନୁସନ୍ଧାନ ଆବଶ୍ୟକତା ରହିଛି ।