ଅନୁଗୁଳ ବଅଁରପାଳରେ ମାତିଛନ୍ତି ହାତୀପଲ । ଜଣେ ଚାଷୀଙ୍କୁ ଦଳି ମାରିବା ପରେ ବନ କର୍ମଚାରୀଙ୍କୁ ଆକ୍ରମଣ

91

କନକ ବ୍ୟୁରୋ : ହାତୀ ଭୟରେ ଡରି ଡରି ରହୁଛନ୍ତି ଗାଁ ଲୋକେ । ଅନୁଗୁଳ ବଅଁରପାଳ ବ୍ଲକ ନଳଚନ୍ଦ୍ର ଗାଁର ଲୋକମାନେ ହାତୀ ପଲ ପାଇଁ ଗତ ଶୁକ୍ରବାର ପାଖରୁ ଭୟଭୀତ ହୋଇ ରହିଛନ୍ତି । ଜଣେ ଚାଷୀଙ୍କୁ ଦନ୍ତା ହାତୀ ପଲ ଗୋଡରେ ଦଳି ମାରିବା ସହିତ ବନ କର୍ମଚାରୀ ଏବଂ ପେପେର ବିକାଳିଙ୍କୁ ମଧ୍ୟ ଆକ୍ରମଣ କରିଥିବା ସୂଚନା ରହିଛି ।

ସେହିପରି ଗାଁରେ ପଶି ଖଳାରେ ପାଚିଲା ଧାନ ନଷ୍ଟ କରିବା ସହିତ ଗୁହାଳ ଘର ଭାଙ୍ଗି ଦେଇଛି । ଏମିତିକି ଗୋଟିଏ ଗାଈକୁ ହାତୀ ପଲ କଚାଡି ମାରି ଦେଇଥିବା ଜଣାପଡିଛି । ହାତୀ ଭୟରେ ଗାଁ ଲୋକେ ଅନ୍ୟତ୍ର ପଳାଉଛନ୍ତି । ଗାଁରେ ତିନି ଦିନ ହେବ ବିଦ୍ୟୁତ୍ ସେବା ବନ୍ଦ ରହିଥିବା ସୂଚନା ରହିଛି । ବନ କର୍ମଚାରୀ ଆସି ହାତୀ ପଲକୁ ଘଉଡାଇବାକୁ ଉଦ୍ୟମ କରିଛି । କିନ୍ତୁ ବିଫଳ ହୋଇଥିବା ସୂଚନା ରହିଛି ।