କାହିଁକି ପାର୍ଥିବ ଶରୀରରେ ଘୋଡାଯାଏ ତ୍ରିରଙ୍ଗା ! ଅନ୍ତିମ ସଂସ୍କାର ସମୟରେ ଏହି ତ୍ରିରଙ୍ଗା ପତାକାର କ’ଣ କରାଯାଏ ? ଜାଣିଛନ୍ତି କି? 

461

ଆପଣ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେଇ,ଅଭିନେତ୍ରୀ ଶ୍ରୀଦେବୀ,ଜୟଲଳୀତା,କରୁଣାନିଧି ଏବଂ ସହିଦ୍ ହୋଇଥିବା ବୀର ଯବାନ୍ ଙ୍କ ଶବ ତ୍ରିରଙ୍ଗାରେ ଘୋଡା ହୋଇଥିବା ଦେଖିଥିବେ । କିନ୍ତୁ ଆପଣ କ’ଣ ଜାଣିଛନ୍ତି ଯେ ଏହି ତ୍ରିରଙ୍ଗାର କରାଯାଏ କ’ଣ ? ଫ୍ଲାଗ୍ କୋଡ୍ ଅଫ୍ ଇଣ୍ଡିଆ ୨୦୦୨ ଅନୁସାରେ ପଦ୍ମଭୂଷଣ, ପଦ୍ମବିଭୂଷଣ, ଭାରତ ରତ୍ନ ପ୍ରାପ୍ତ କରିଥିବା ବିଶିଷ୍ଟ ନାଗରିକ ତଥା ଭାରତର ପୂର୍ବ ବା ବର୍ତ୍ତମାନ ପ୍ରଧାନମନ୍ତ୍ରୀ , ରାଷ୍ଟ୍ରପତୀ , ଗଭର୍ଣ୍ଣର, ଲେଫ୍ଟିନାଣ୍ଟ୍ ଗଭର୍ଣ୍ଣର, କେନ୍ଦ୍ରମନ୍ତ୍ରୀ ,ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ ହେଲେ ଏହି ସମ୍ମାନରେ ସମ୍ମାନିତ କରାଯିବା ସହ ସହିଦ୍ ଯବାନଙ୍କୁ ମଧ୍ୟ ଗାର୍ଡ ଅଫ୍ ଅନର୍ ଦିଆଯାଏ ଯେଉଁଥିରେ ତ୍ରିରଙ୍ଗାରେ ଉକ୍ତ ବ୍ୟକ୍ତିଙ୍କୁ ଘୋଡା ଯାଇଥାଏ ।

ଗାର୍ଡ ଅଫ୍ ଅନର୍ ସମୟରେ ରାଷ୍ଟ୍ରଧ୍ୱଜକୁ ଟିକେ ତଳକୁ ନୁଆଁ ଯାଇଥାଏ । ଏହା ପରେ ହିଁ ପୁଣ୍ୟ ଶରୀରରେ ଜାତୀୟ ପତାକା ଘୋଡା ଯାଇଥାଏ । ରାଜ୍ୟ ପୋଲିସ୍ ର ତିନୋଟି ସେନା ଜଳ,ସ୍ଥଳ ତଥା ବାୟୁ ସେନାର ସୈନ୍ୟ ମଧ୍ୟ ତାଙ୍କୁ ସଲାମ୍ ଜଣାଇଥାନ୍ତି ।  ରାଜ୍ୟ ପୋଲିସ୍ ବିଭାଗୀୟ ଯବାନଙ୍କ ଦ୍ୱାରା ପାର୍ଥିବ ଶରୀରରୁ ପତାକା ବାହାର କରି ଭଲ ଭାବେ ଫୋଲ୍ଡ କରି ପରିଜନଙ୍କୁ ଦିଆଯାଇଥାଏ । ରାଷ୍ଟ୍ରଧ୍ୱଜକୁ କାଟିବା,ଫୋପାଡିବା,ଜାଳିବା କିମ୍ବା କୌଣସି ହାନି ପହଁଚାଇବା ଭଳି କାମ କଲେ ଏହା ରାଷ୍ଟ୍ରଦଣ୍ଡର ଅଧିନରେ ଆସିଥାଏ ।