ମିଡିଆ ସାମ୍ନାକୁ କାହିଁକି ଆସୁନାହାନ୍ତି କୋହଲି? ରାହୁଲ ଦ୍ରାବିଡ ଦେଲେ ଉତ୍ତର 

255

କନକ ବ୍ୟୁରୋ: ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତରେ କାଲି ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳିବ । ପ୍ରଥମ ଟେଷ୍ଟ ଜିତି ଭାରତ ୧-୦ରେ ଆଗୁଆ ରହିଛି । ହେଲେ ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ ହୋଇଥିବା ଫ୍ରେସ କନଫରେନ୍ସରେ ରାହୁଲ ଦ୍ରାବିଡଙ୍କ ସହ ବିରାଟ କୋହଲିଙ୍କୁ ଦେଖିବାକୁ ମିଳିନଥିଲା । ସେହିପରି ଦ୍ୱିତୀୟ ଟେଷ୍ଟ ପୂର୍ବରୁ ସମସ୍ତେ ଆଶାବାଦୀ ଥିଲେ ବିରାଟ କୋହଲି ଆସିବେ । ହେଲେ ଏଥର ବି କେବଳ କୋଚ ରାହୁଲ ଦ୍ରାବିଡ ହିଁ ପ୍ରେସ କନଫରେନ୍ସରେ ଆସିଥିଲେ ।

ତେବେ ଏହାକୁ ଏନେଇ ଏବେ ଚର୍ଚ୍ଚା ବଢିଯାଇଛି କାହିଁକି ମିଡିଆ ସାମ୍ନାକୁ ଆସୁ ନାହାନ୍ତି କୋହଲି ? ଏହି ପ୍ରଶ୍ନର ଉତ୍ତର ଦେଇ କୋଚ ରାହୁଲ ଦ୍ରାବିଡ କହିଛନ୍ତି, ପ୍ରେସ କନଫରେନ୍ସକୁ କିଏ ଯିବ କିଏ ଯିବନି ସେ ବିଷୟରେ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଥାଏ । ମ୍ୟାନେଜମେଣ୍ଟ ହିଁ କୋହଲିଙ୍କୁ ରୋକିଛନ୍ତି । ମ୍ୟାନେଜମେଣ୍ଟ ଚାହୁଁଛି କୋହଲି ନିଜ ୧୦୦ତମ ଟେଷ୍ଟ ଖେଳିବା ପୂର୍ବରୁ ମିଡିଆ ସାମ୍ନାକୁ ଆସନ୍ତୁ ।

ବିରାଟ କୋହଲି ଏବେ ଯାଏଁ ୯୮ ତମ ଟେଷ୍ଟ ଖେଳିସାରିଲେଣି । ଦ୍ବିତୀୟ ଟେଷ୍ଟ ତାଙ୍କର ୯୯ ତମ ଟେଷ୍ଟ ହେବ । ସେହିପରି ତୃତୀୟ ଟେଷ୍ଟ ମ୍ୟାଚରେ ସେ ୧୦୦ତମ ଟେଷ୍ଟରେ ପଦାର୍ପଣ କରିବେ । ତେବେ ଆଶା କରାଯାଉଛି ବିରାଟ ତୃତୀୟ ଟେଷ୍ଟ ପୂର୍ବରୁ ମିଡିଆ ସାମ୍ନାକୁ ଆସିବେ ।