କାହିଁକି ଆତ୍ମହତ୍ୟା କଲେ କିନ୍ନର ବଳରାମ ରାଉତ? କାହିଁକି ଶ୍ରୀମନ୍ଦିର ଗୁମୁଟ ଉପରୁ ଡେଇଁ ହାରିଲେ ଜୀବନ?

2,185

କନକ ବ୍ୟୁରୋ: ଭଉଣୀର ନିର୍ବନ୍ଧ ଦିନରେ ଉଠିଲା ବଳରାମ ରାଉତଙ୍କ କୋକେଇ । ଶ୍ରୀମନ୍ଦିର ଗୁମୁଟ ଉପରୁ ଡେଇଁ ଜୀବନ ହାରିିଥିବା ନାମପଡା ବ୍ଲକ ଗଡଇଟା ପୋଖରୀ ଗାଁର କିନ୍ନର ବଳରାମ ରାଉତଙ୍କ ଦୁଃଖଦ କାହାଣୀ ଏବେ ସାମ୍ନାକୁ ଆସିଛି । ରବିବାର ଭଉଣୀର ନିର୍ବନ୍ଧ ପାଇଁ ହସଖୁସିର ପରିବେଶ ଭିତରେ ଆସିଥିଲା ବଳରାମଙ୍କ ମୃତ୍ୟୁ ଖବର । ଏହା ଶୁଣିବା ପରେ ଗଡଇଟା ପୋଖରୀ ଗାଁରେ ଶୋକର ଲହରି ଖେଳିଯାଇଛି । ଭଉଣୀ ବିବାହରେ ୧ ଲକ୍ଷ ଟଙ୍କା ଦେବ କହି ଘରୁ ଗୋଡ କାଢିଥିବା ବଳରାମଙ୍କ ଆତ୍ମହତ୍ୟା ଖବରକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ।

ବଳରାମ ରାଉତ କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ ।  ଆତ୍ମହତ୍ୟା କରିବା ପାଇଁ ଶ୍ରମନ୍ଦିରକୁ କାହିଁକି ଗଲେ ତାହାର ଉତ୍ତର ମଧ୍ୟ କାହା ପାଖରେ ନାହିଁ । ତେବେ ଜଗନ୍ନାଥ ମନ୍ଦିର ସୁରକ୍ଷା କର୍ମୀ ଓ ପୁଲିସ ଉପସ୍ଥିତିରେ ବଳରାମ କେମିତି ଆତ୍ମହତ୍ୟା କଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ପରିବାର ଓ ଗ୍ରାମବାସୀ ।

କିନ୍ନର ବଳରାମ ରାଉତ ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ପୋଷ୍ଟର ଠିଆ ହୋଇ ଟଙ୍କା ମାଗୁଥିଲେ ବୋଲି ଜଣାପଡିଛି । ହେଲେ ଭଉଣୀ ବିବାହ ପାଇଁ ଟଙ୍କା ଆଣିବାକୁ ଘରୁ ଆସି, କାହିଁକି ସେ ଶ୍ରୀମନ୍ଦିର ଗଲେ? ଶ୍ରୀମନ୍ଦିର ଗୁମୁଟ ଉପରୁ ଡେଇଁ କାହିଁକି ଆତ୍ମହତ୍ୟା କଲେ? ତାହା ଏବେ ବି ରହସ୍ୟ ଭିତରେ ରହିଛି ।