କାନ୍ଦିଲେ ଦ ଗ୍ରେଟ ଖଲି, ଭିଡ଼ିଓ ହେଲା ଭାଇରାଲ । ଜାଣନ୍ତୁ ପୂରା ଘଟଣା କଣ ଥିଲା?

141

କନକ ବ୍ୟୁରୋ : WWEରେ ଭାରତରୁ ପ୍ରତିନିଧିିିତ୍ୱ କରି ବେଶ ଲୋକପ୍ରିୟତା ସାଉଁଟିଥିବା ଦ ଗ୍ରେଟ ଖଲି ତଥା ଦଲୀପ ସିଂ ରାଣାଙ୍କର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ଗ୍ରେଟ୍ ଖଲିଙ୍କର ରେସଲିଂ ଭିଡ଼ିଓ ସମସ୍ତେ ଦେଖିଥିବେ । ଯେଉଁଥିରେ ପ୍ରତିପକ୍ଷ ଖେଳାଳୀ ଖଲିଙ୍କର ଗୋଟିଏ ଗୋଟିଏ ମାଡରେ ପୁଣିଥରେ ଉଠି ଲଢିବାକୁ ବଳ ଜୁଟାଇ ପାରୁନଥିଲେ । କିନ୍ତୁ ଏବେ ଖଲିଙ୍କର ଏମିତି ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ ।

ଶୁକ୍ରବାର ଦ ଗ୍ରେଟ୍ ଖଲି ମିଡିଆ ସାମ୍ନାକୁ ଆସିଥିଲେ । କିନ୍ତୁ ଯେତେବେଳେ ଜନ୍ମଦିନ ସେଲିବ୍ରେସନକୁ ନେଇ ପ୍ରଶ୍ନ ପଚରାଗଲା ସେତେବେଳେ ଖଲି ଦୁଃଖ ପ୍ରକାଶ କରିବା ସହ କିଛି ସମୟ ପାଇଁ ଭାବୁକ ହୋଇଯାଇଥିଲେ । ମିଡିଆ ସାମ୍ନାକୁ ହସ ହସ ମୁହଁରେ ଆସିଥିବା ଖଲିଙ୍କର ମନ ହଠାତ୍ ଏଭଳି ପରିବର୍ତ୍ତନ ହୋଇଯିବା ସହଜରେ କାହା ପକ୍ଷେ ବୁଝିବା ସମ୍ଭବପର ନଥିଲା । ଯାହା ସମସ୍ତଙ୍କୁ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ କରିଥିଲା । ଗଣମାଧ୍ୟମର ପ୍ରଶ୍ନର ଉତ୍ତର ନଦେଇ ଖଲି ଭାବୁକ ହେବା ସହ ଘର ଭିତରକୁ ଚାଲି ଯାଇଥିଲେ ।

ଆସନ୍ତା ୨୭ ଅଗଷ୍ଟରେ ୫୦ ବର୍ଷରେ ପାଦ ଦେବେ ଦ ଗ୍ରେଟ ଖଲି । ସେଥିପାଇଁ ଜନ୍ମଦିନ ସେଲିବ୍ରେସନକୁ ନେଇ କିଛି ପ୍ରଶ୍ନ କରିଥିଲେ ଗଣମାଧ୍ୟମ । କିନ୍ତୁ ଏହି ପ୍ରଶ୍ନ ଶୁଣି ଖଲି ଏତେ ଭାବୁକ ହୋଇଯିବେ ତାହା କେହି କଳ୍ପନା ମଧ୍ୟ କରିନଥିଲେ । କିଛି ଦିନ ପୂର୍ବେ ମଧ୍ୟ ଖଲିଙ୍କର ଆଉ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଜାତୀୟ ରାଜପଥ ଉପରେ ଖଲିଙ୍କ ସହ କିଛି ଟୋଲ କର୍ମଚାରୀଙ୍କୁ ଯୁକ୍ତିତର୍କ ଘଟଣା ସାମ୍ନାକୁ ଆସିଥିଲା ।