କାହିଁକି ଆତ୍ମହତ୍ୟା କଲେ ବିଜେବି କଲେଜ ଛାତ୍ରୀ? ରହସ୍ୟ ଘେରରେ ଆତ୍ମହତ୍ୟା

156

କନକ ବ୍ୟୁରୋ: ବିଜେବି କଲେଜ ଛାତ୍ରୀଙ୍କ ରହସ୍ୟମୟ ଆତ୍ମହତ୍ୟାକୁ ନେଇ ରାଜଧାନୀରେ ଚାଂଚଲ୍ୟ ଖେଳି ଯାଇଛି । ବିଜେବି କଲେଜରେ ପ୍ଲସ-ଥ୍ରୀ ପଢୁଥିବା ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କଲେଜର ହଷ୍ଟେଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ପାଖରୁ ମିଳିଥିବା ସୁଇସାଇଡ ନୋଟରେ ସିନିୟରଙ୍କ ରାଗିଂ ଅସହ୍ୟ ହେବାରୁ ଜୀବନ ହାରିଥିବା ଲେଖିଛନ୍ତି ରୁଚିକା ।

ଖବର ପାଇ ପରିବାର ଲୋକେ ଭୁବନେଶ୍ୱର ପହଞ୍ଚି ନ୍ୟାୟ ଦାବିରେ କଲେଜ ଗେଟରେ ଧାରଣାରେ ବସିଛନ୍ତି । ରୁଚିକାର ମୃତ୍ୟୁ ପାଇଁ କଲେଜ କର୍ତୃପକ୍ଷଙ୍କ ଦାୟୀ କରିଛନ୍ତି ପରିବାର । ଏଥିସହ ରାଗିଂ କରିଥିବା ୩ ଜଣ ଛାତ୍ରୀଙ୍କୁ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ହେଲେ ପୂରା ଘଟଣା ସନ୍ଦେହ ଘେରରେ ରହିଛି । କାରଣ ରୁଚିକା ଆଜି ସକାଳେ ମାଆଙ୍କ ସହ ସ୍ୱାଭାବିକ ଭାବେ କଥା ହୋଇଥିଲେ । ସେହି ସମୟରେ ରାଗିଂ ବାବଦରେ କିମ୍ବା ମାନସିକ ନିର୍ଯାତନା ବାବଦରେ ରୁଚିକା ମାଆଙ୍କୁ କିଛି କହିନଥିବା ଜଣାପଡିଛି । ତେଣୁ ପ୍ରଶ୍ନ ଉଠୁଛି, ମାଆଙ୍କ ସହ କଥା ହେବା ପରେ ଏମିତି କଣ ଘଟିଗଲା ଯେ ରୁଚିକା ଆତ୍ମହତ୍ୟା କଲେ? ହଷ୍ଟେଲରେ ର୍ୟାଗିଂ ହେଉଥିବା କଥା ହଷ୍ଟେଲ ସୁପରିଟେଣ୍ଡେଂଟ ଓ କଲେଜ କର୍ତୃପକ୍ଷଙ୍କୁ ଜାଣିପାରିଲେ ନାହିଁ କେମିତି? ଏସବୁ ପ୍ରଶ୍ନ ରୁଚିକାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରହସ୍ୟ ସୃଷ୍ଟି କରିଛି । ଏହା ଉପର ପରଦା ଉଠାଇବାକୁ ପରିବାର ଲୋକେ ଦାବି କରିଛନ୍ତି ।

ଏକ ରହସ୍ୟମୟ ଆତ୍ମହତ୍ୟା

  • ରୁଚିକାଙ୍କ ମୃତ୍ୟୁ ପାଇଁ କିଏ ଦାୟୀ?
  • କିଏ ଓ କାହିଁକି ରୁଚିକାଙ୍କୁ ଦେଉଥିଲେ ମାନସିକ ନିର୍ଯାତନା?
  • ସକାଳେ ଭଲ ଥିଲେ, ଦ୍ୱିପ୍ରହରରେ ହେଲା କ’ଣ?
  • ସକାଳେ ମା’ ସହ ଭଲରେ କଥା ହୋଇଥିଲେ
  • କିଛି ଘଣ୍ଟା ପରେ କ’ଣ ବଦଳିଗଲା?
  • ଆଜି ରୁଚିକା କାହାକୁ ଦେଇଥିଲେ ୫୦୦ ଟଙ୍କା?
  • ଗୋଟିଏ ସିନିୟରର ନାମ ମା’ଙ୍କୁ କହିଥିଲେ
  • କିଏ ସେହି ସିନିୟର?
  • କାହିଁକି ନିର୍ଯାତନା ବାବଦରେ ଜଣାଇପାରିଲେନି?
  • ରୁଚିକାଙ୍କୁ ନିର୍ଯାତନାର ସାକ୍ଷୀ କିଏ?
  • ନିର୍ଯାତନା ବାବଦରେ କାହିଁକି ଜାଣିପାରିଲେନି ହଷ୍ଟେଲ ୱାର୍ଡେନ?
  • ଯଦି ଜାଣିଥିଲେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇନଥିଲେ?
  • ହଷ୍ଟେଲ ୱାର୍ଡେନଙ୍କ ଭୂମିକାକୁ ନେଇ ଉଠିଲା ପ୍ରଶ୍ନ