କାହିଁକି ବାରମ୍ବାର ମାସୁଦକୁ ଘଣ୍ଟଘୋଉଡାଉଛି ଚୀନ ? ଜାଣନ୍ତୁ କଣ ରହିଛି ଏହା ପଛର ଘଟଣା

ବାରମ୍ବାର ମାସୁଦକୁ ଆତଙ୍କବାଦୀ ଘୋଷଣା କରିବାକୁ ବିରୋଧ କରୁଛି ଚୀନ

3,020

କନକ ବ୍ୟୁରୋ : ବାରମ୍ବାର ମାସୁଦକୁ ଆତଙ୍କବାଦୀ ଘୋଷଣା କରିବାକୁ ବିରୋଧ କରୁଛି ଚୀନ । ଥରେ ନୁହେଁ କି ୨ ଥର ନୁହେଁ ଚାରି ଚାରି ୪ ଥର ମାସୁଦକୁ ସୁରକ୍ଷା ଦେଇଛି ଚୀନ । ତେବେ ଜାଣନ୍ତୁ କାହିଁକି ଏପରି ଆତଙ୍କବାଦୀକୁ ବିଶ୍ୱସ୍ତର ଆତଙ୍କବାଦୀ ଘୋଷଣାକୁ ବିରୋଧ କରୁଛି ଚୀନ । କାହିଁକି ମାସୁଦକୁ ଏପରି ସୁରକ୍ଷା ଦେଉଛି ଡ୍ରାଗନ୍ । ବାସ୍ତବରେ କଣ ରହିଛି ଡ୍ରାଗନର ଏହି ଚାଲ୍ ପଛର ରହସ୍ୟ । ଆପଣ ଜାଣିଲେ ବି ଚିନ୍ତାରେ ପଡିଯିବେ । ଏହି ଗୋଟିଏ ଚାଲ୍ ରେ ଚୀନ୍ ପାକିସ୍ତାନକୁ ବିଶ୍ୱ ମଂଚରେ ସୁରକ୍ଷା ପ୍ରଦାନ କରିଛି, ମାସୁଦ ଅଜହରକୁ ସୁରକ୍ଷା ଦେବା ସହିତ ଅନ୍ତର୍ଜାତୀୟ ସ୍ତରରେ ଭାରତର କୁଟନୈତିକ ବିଜୟରେ ବଡ ବାଧା ବି ଦେଇଛି । ଚୀନ୍ ଭଲ ଭାବେ ଜାଣିଛି କେବଳ ତାହାର ସମର୍ଥନ ମିଳିଗଲେ , ମିଳିତ ଜାତିସଂଘରେ ମାସୁଦ ଆଜହରକୁ ଗ୍ଲୋବାଲ୍ ଟେରରିଷ୍ଟ ଘୋଷଣା କରି ଦିଆଯିବ ।

ତେବେ ଏହା ପରେ ଚୀନ୍ କୁ ଯେଉଁ କ୍ଷତି ହେବ , ତାହା ଆଗାମୀ ୧୦ ବର୍ଷରେ ବି ସାମ୍ନା କରିବା କଷ୍ଟକର ହୋଇଯିବ । କାରଣ ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ହୋଇଗଲେ , ପାକିସ୍ତାନ ଉପରେ ଏଫଏଟିିଏଫ୍ ଅଙ୍କୁଶ ଲାଗିଯିବ । ଏହା ପରେ ପାକିସ୍ତାନକୁ ବିଭିନ୍ନ ରାଷ୍ଟ୍ରର ଆର୍ଥିକ ଅନୁଦାନ ଉପରେ ଲାଗିଯିବ କଟକଣା । ଏଥିରେ ଫସିଯିବ ଚୀନ୍ । କାରଣ ସିପିଇସି କରିଡରରେ ଚୀନ୍ ପିଓକେ , ଖାଇବରପସ୍ତୁନ ଦେଇ ପାକିସ୍ତାନରେ ୬୨ ବିଲିୟନ ଡଲାର ନିବେଶ କରିସାରିଛି ଡ୍ରାଗନ । ଏବେ ପ୍ରୋଜେକ୍ଟ ଅଧାରେ ରହିଛି । ଏହା ସଂପୂର୍ଣ୍ଣ ହେଲେ ବେଜିଂ ରୁ ଗ଼ଦ୍ଦାର ପୋର୍ଟକୁ ସ୍ଥଳ ଭାଗକୁ ସଂଯୋଗ କରିବ ରାସ୍ତା ।

ମାସୁଦକୁ ଗ୍ଲୋବାଲ୍ ଟେରରିଷ୍ଟ ଘୋଷଣା ହୋଇଗଲେ ଏବେ ଏହି ପ୍ରୋଜେକ୍ଟ ବି ଅଧାରେ ଫସିଯିବ । କାରଣ ବଲୁଚିସ୍ତାନ, ଗିଲଗିଟ୍-ବଲୁଚିସ୍ତାନ, ଖାଇବର ପଖତୁନଖୁୱା , ପଂଜାବ , ସିନ୍ଧ ଅଂଚଳରେ ଏହି ପ୍ରୋଜେକ୍ଟ କାମକୁ ସୁରକ୍ଷା ପ୍ରଦାନ କରୁଛି ଜୈସ୍ ଇ ମହମ୍ମଦର ଏହି ଆତଙ୍କୀ ମୁଖିଆ । ନଚେତ୍ ଆତଙ୍କୀ ପ୍ରବଣ ଅଂଚଳରେ କାମ ଶେଷ କରିବା ସଂଭବ ନୁହଁ । ଗୋଟିଏ ପଟେ ସିପିଇସି କରିଡରକୁ ସୁରକ୍ଷା , ପାକିସ୍ତାନ ସହିତ ବନ୍ଧୁତା, ଭାରତକୁ ଅନ୍ତର୍ଜାତୀୟ ସ୍ତରରେ କୁଟନୀତିରେ ଗତିରୋଧ କରିବା , ଏହି ତମାମ୍ କାରଣରୁ ମାସୁଦକୁ ସୁରକ୍ଷା ପ୍ରଦାନ କରିଆସୁଛି ଚୀନ୍ ।