ରେଳ ଧାରଣା ମଝିରେ କାହିିଁକି ପଥରଖଣ୍ଡ ବିଛାଯାଏ ? କ’ଣ ରହିଛି ଏହାର କାରଣ ଜାଣିଛନ୍ତି କି ?

513

ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତାୟତ କରିଥାନ୍ତି । ତେବେ ଆପଣ କ’ଣ ଜାଣିଛନ୍ତି କି ଟ୍ରେନ ଲାଇନରେ କାହିଁକି ପଥର ବିଛାଯାଏ? ଯଦି ଆପଣ ଜାଣିନଥିବେ ତେବେ ଆପଣଙ୍କୁ କହିରଖୁଛୁ ଟ୍ରେନର ପଟରୀ ଭିତରେ ଏବଂ ଚାରିପାଖରେ ପଥର ବିଛାଯାଇଥାଏ ଏହାର ପ୍ରଥମ କାରଣ ହେଉଛି –

୧ . ଟ୍ରେନ୍ ରେ ଅଧିକ ଯାତ୍ରୀ ଏବଂ ସାମଗ୍ରୀ ଲୋଡ୍ ହେଉଥିବାରୁ ଏଥିରେ ଘର୍ଷଣ ସୃଷ୍ଟି ହେବା ଏକ ସାଧାରଣ କଥା । ଟ୍ରେନ୍ ଚାଲିବା ସମୟରେ ମଧ୍ୟ ଅତ୍ୟଧିକ ଘର୍ଷଣ ହୋଇଥାଏ । ଏହି ଘର୍ଷଣକୁ କମ୍ କରିବାକୁ ଯାଇ ଟ୍ରେନ୍ ପଟରୀରେ ପଥର ଖଣ୍ଡ ବିଛାଯାଏ । ଏହି ପଥରକୁ ‘ବ୍ଲାଷ୍ଟ’ କୁହାଯାଏ ।

ଆଜିକାଲି ରେଳଧାରଣାରେ ‘ସ୍ଲିପର୍ସ’ର ପ୍ରୟୋଗ ହୋଇଥାଏ ।

ରେଳଧାରଣା ମଧ୍ୟରେ ଛୋଟ ଛୋଟ ପଥର ବିଛାଇବା ପାଇଁ ଏକ ବୈଜ୍ଞାନିକ କାରଣ ରହିଛି । ପ୍ରଥମେ ପ୍ରଥମେ ଇସ୍ପାତ ଏବଂ କାଠ ଉପରେ ରେଳ ଧାରଣା ପ୍ରସ୍ତୁତ କରାଯାଉଥିଲା । କିନ୍ତୁ ବର୍ତ୍ତମାନ କାଠ ବଦଳରେ ସିମେଣ୍ଟ୍ ର ଆୟତକାର ସିଲିଂର ବ୍ୟବହାର କରାଯାଉଛି । ଯାହାକୁ ‘ସ୍ଲିପର୍ସ’ କୁହାଯାଉଛି ।

ଧ୍ୱନି ପ୍ରଦୂଷଣରୁ ମଧ୍ୟ ଆରାମ ମିଳେ ।

ଟ୍ରେନ୍ ଯେତେବେଳେ ଚାଲେ ସେତେବେଳେ ଭୂମି ଏବଂ ଧାରଣା ଉପରେ କମ୍ପନ ସୃଷ୍ଟି ହୋଇଥାଏ । ଅଧିକ ଖରାରେ ଧାରଣା ପ୍ରସାରିତ ହେଉଥିବା ବେଳେ ଶୀତଦିନେ ସଙ୍କୁଚିତ ହୋଇଯାଏ । ଏହାର ସମ୍ପୁର୍ଣ୍ଣ ଭାର କାଠ ଏବଂ ସିମେଣ୍ଟ ସିଲିଂ ଉପରେ ଆସିଯାଏ । କିନ୍ତୁ ଧାରଣା ଉପରେ ବିଛା ଯାଇଥିବା ପଥର କାରଣରୁ ସମ୍ପୁର୍ଣ୍ଣ ଭାର ପଥର ଉପରେ ଆସିଯାଏ । ଯାହାଦ୍ୱାରା କମ୍ପନ,ରେଳଧାରଣା ସଙ୍କୁଚିତ ଏବଂ ପ୍ରସାରିତ ହେବା ଇତ୍ୟାଦି ହୋଇନଥାଏ ।
ଏହାଛଡା ଆଉ ଏକ କାରଣ ହେଉଛି ରେଲୱେ ଟ୍ରାକରେ ଅଧିକ ମାତ୍ରାରେ ମାଲ୍ ବୁହାଯାଉଥିବାରୁ ଧାରଣାରେ ଏହାର ସନ୍ତୁଳନ ବଜାୟ ରଖିବା ପାଇଁ ପଥର ବିଛାଯାଏ । ଏହାଦ୍ୱାରା ବର୍ଷାପାଣି ମଧ୍ୟ ସହଜରେ ବହିଥାଏ ଏବଂ କାଦୁଅ ହେବାର ସମ୍ଭାବନା ନଥାଏ । ଏହାଦ୍ୱାରା ଧ୍ୱନି ପ୍ରଦୂଷଣ ମଧ୍ୟ କମ୍ ହୋଇଥାଏ ।