କନକ ବ୍ୟୁରୋ : ଆପଣମାନେ ସାଧାରଣତଃ ଅନେକ ଚଳଚ୍ଚିତ୍ରରେ ଦେଖିଥିବେ କି କଏଦୀମାନଙ୍କୁ ଧଳା ରଙ୍ଗର ପୋଷାକ ପରିଧାନ କରିବାକୁ ଦିଆଯାଇଥାଏ । ହେଲେ କେବେ ଭାବିଛନ୍ତି, କାହିଁକି ଏପରି କରାଯାଇଥାଏ କିମ୍ବା ଏହା ପଛରେ କେଉଁ କାରଣ ରହିଛି । ଏହା କେବଳ ଯେ ଚଳଚ୍ଚିତ୍ରରେ ଦେଖାଯାଇଥାଏ ତାହା ନୁହେଁ ବାସ୍ତବରେ ଜେଲ୍ରେ ରହୁଥିବା କଏଦୀମାନଙ୍କୁ ଧଳା ରଙ୍ଗର ପୋଷାକ ପରିଧାନ କରିବାକୁ ଦିଆଯାଇଥାଏ । ଜେଲରେ ରହୁଥିବା କଏଦୀମାନଙ୍କ ପାଇଁ କଠୋର ନିୟମ ରହିଛି । ଯାହାକୁ କଏଦୀ ମାନେ ପାଳନ କରିଥାନ୍ତି । ତେବେ ଆପଣଙ୍କ ମନରେ ଏବେ ପ୍ରଶ୍ନ ଆସି ପାରେ ଧଳା ରଙ୍ଗର ପୋଷାକ ହିଁ କାହିଁକି ବଛାଗଲା? ଆସନ୍ତୁ ଜାଣିବା ସେ ସମ୍ପର୍କରେ ..

Advertisment

ବହୁ ପୁରାତନ କାଳରୁ ବନ୍ଦୀମାନେ ଏହି ଧଳା ରଙ୍ଗର ପୋଷାକ ପିନ୍ଧିଆସୁଛନ୍ତି । ଏହା ପଛରେ ଥିବା କାରଣ ଇତିହାସ ସହ ଜଡ଼ିତ । କୁହାଯାଏ କି ଅଷ୍ଟାଦଶ ଶତାବ୍ଦୀରେ ଆମେରିକାରେ ପ୍ରଚଳିତ ହେଉଥିବା ଆବୁର୍ନ ଷିଷ୍ଟମ ପରେ ଏହି ନିୟମ ପ୍ରଚଳିତ ହୋଇଆସୁଛି । ଏହି ନିୟମ ଅନୁଯାୟୀ ଜେଲ୍ ଏବଂ ସେଠାରେ ରହୁଥିବା କଏଦୀ ମାନଙ୍କ କିଛି ସ୍ୱତନ୍ତ୍ର ନିୟମ ରହିଛି । ପରବର୍ତ୍ତୀ ସମୟରେ ଆରମ୍ଭ ହୋଇଥିଲା ଆଧୁନିକ ଜେଲ୍ । ଏହି ପରିବର୍ତ୍ତନ ଅଧୀନରେ ବନ୍ଦୀମାନଙ୍କୁ ଧୂସର-କଳାରଙ୍ଗର ପୋଷାକ ପରିଧାନ ନିମନ୍ତେ ଦିଆଯାଇଥିଲା, ଯେଉଁଥିରେ ଷ୍ଟ୍ରାଇପ୍ ପଡିଥିବା ଦେଖିବାକୁ ମିଳେ । ଏହାବ୍ୟତୀଥ ଯଦି କୌଣସି କଏଦୀ ଜେଲରୁ ପଳାୟନ କରୁଛନ୍ତି ତେବେ ଏହି ଭିନ୍ନ ରଙ୍ଗର ପୋଷାକ କଏଦୀଙ୍କୁ ଧରିବାରେ ସହାୟକ ହୋଇଥାଏ । ସାଧାରଣତଃ ଏହି ପୋଷାକକୁ କେବଳ କଏଦୀମାନେ ହିଁ ପରିଧାନ କରିଥାନ୍ତି । ଯାହା ସେମାନଙ୍କୁ ସାଧାରଣ ଲୋକଙ୍କ ଠାରୁ ଭିନ୍ନ କରିଥାଏ । ଏଭଳି ପରିସ୍ଥିତିରେ ଯଦି ଲୋକମାନେ ପଳାୟତ କଏଦୀଙ୍କୁ ଦେଖୁଛନ୍ତି ତେବେ ସେମାନେ ପୁଲିସଙ୍କୁ ସାହାର୍ଯ୍ୟ କରିପାରିବେ । ଅନ୍ୟ ଅର୍ଥରେ କହିଲେ କଏଦୀମାନଙ୍କୁ ଅନୁଶାସନ କରିବା ପାଇଁ , ଲଜ୍ଜାର ପ୍ରତୀକ ଭାବେ କଏଦୀମାନଙ୍କୁ ଏହି ପୋଷାକ ପରିଧାନ କରିବାକୁ ଦିଆଯାଇଥାଏ । ଧଳାରଙ୍ଗକୁ ଶାନ୍ତିର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ । ଏହି ରଙ୍ଗର ପୋଷାକ ପରିଧାନ କରିବା ଦ୍ୱାରା କଏଦୀଙ୍କ ମନରେ କୌଣସି ନକରାତ୍ମକ ଚିନ୍ତାଧାରା ଆସିନଥାଏ । ଏବଂ ଏହା ଗ୍ରୀଷ୍ମ ପ୍ରବାହରୁ ମଧ୍ୟ ରକ୍ଷା କରିଥାଏ । ଏହା ସହ ଧଳା ରଙ୍ଗ ଦୂରରୁ ଦୃଶ୍ୟମାନ ହୋଇଥାଏ । ଅଷ୍ଟାଦଶ ଶତାବ୍ଦୀରେ କଏଦୀ ମାନଙ୍କୁ ଧୂସର ଓ କଳା ରଙ୍ଗର ପୋଷାକ ପରିଧାନ ନିମନ୍ତେ ଦିଆଯାଉଥିବା ବେଳେ ଉନବିଂଶ ଶତାବ୍ଦୀରେ ଏହି ପୋଷାକ ରେ ପରିବର୍ତ୍ତନ କରାଯାଇ କଳା-ଧଳା ପୋଷାକ ଦିଆଯାଇଥିଲା । ତେବେ ଏହି ପୋଷାକ ସେହି ବନ୍ଦୀମାନଙ୍କୁ ଦିଆଯାଏ , ଯେଉଈ କଏଦୀଙ୍କର ଦଣ୍ଡ ସ୍ଥିର ହୋଇଥାଏ । ଏହାବ୍ୟତୀତ ଅନ୍ୟ କଏଦୀ ମାନେ ସାଧାରଣ ପୋଷାକ ପରିଧାନ କରିଥାନ୍ତି ।

ଆମଦେଶରେ କଏଦୀମାନେ କଳା-ଧଳା ପୋଷାକ ପିନ୍ଧୁଥିବା ବେଳେ ଅନ୍ୟ ଦେଶ ମାନଙ୍କରେ ବନ୍ଦୀମାନଙ୍କର ପୋଷାକ ରଙ୍ଗ ଭିନ୍ନ । ପ୍ରତ୍ୟେକ ଦେଶରେ ବନ୍ଦୀମାନଙ୍କ ପାଇଁ ନିଜସ୍ୱ ଡ୍ରେସ୍ କୋର୍ଡ ରହିଛି । ଯଦି ଆମେ ଭାରତର ବନ୍ଦୀମାନଙ୍କ କଥା କହିବା ତେବେ ବ୍ରିଟିଶ ଶାସନ ସମୟରୁ ଆଜି ପର୍ଯ୍ୟନ୍ତ ବନ୍ଦୀମାନଙ୍କର ଏପରି ପୋଷାକର ଧାରା ଜାରି ରହିଛି ।