କନକ ବ୍ୟୁରୋ : ୨୦୨୨ ଅକ୍ଟୋବର ୧୨, ମିଗ୍ ୨୯-କେ ଗୋଆରେ ଦୁର୍ଘଟଣାଗସ୍ତ ହୋଇଛି । ଦୁର୍ଘଟଣାରେ ପାଇଲଟ ସମୁଦ୍ରକୁ ଡେଇଁ ଜୀବନ ରକ୍ଷା କରିଥିଲେ ।
•    ୨୦୨୨ ଅକ୍ଟୋବର ୫ରେ ଅରୁଣାଚଳପ୍ରଦେଶରେ ତବାଙ୍ଗରେ ଚିତା ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇଥିଲା । ଦୁର୍ଘଟଣାରେ ଜଣେ ସେନାଧିକାରୀ ସହିଦ ଓ ଜଣେ ଗମ୍ଭୀର ଆହତ ହୋଇଥିଲେ ।
•    ୨୦୨୨ ମାର୍ଚ୍ଚ ମାସରେ ଜମ୍ମୁକଶ୍ମୀର ଗୁରେଜ ସେକ୍ଟରରେ ଚିତା ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇଥିଲା । ଦୁର୍ଘଟଣାରେ ୨ଜଣ ପାଇଲଟ ସହିଦ ହୋଇଥିଲେ ।
•    ୨୦୨୨ ଫେବୃଆରୀ ମାସରେ ତେଲେଙ୍ଗାନା ନଲଗୋଣ୍ଡାରେ ଚିତା ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇଥିଲା  । ଜଣେ ପାଇଲଟ ଦୁର୍ଘଟଣାରେ ସହିଦ ହୋଇଥିଲେ ।
•    ୨୦୨୧ ଡିସେମ୍ବର ୮   ତାମିଲନାଡୁରେ ସଶସ୍ତ୍ର ହେଲିକପ୍ଟର  ମିଗ୍ ୧୭-ଭି-ଫାଇଭ-ଏସ ଦୁର୍ଘଟଣାଗସ୍ତ ହୋଇଥିଲା । ଏହା ଭରତୀୟ ଇତିହାସର ସବୁଠୁ ବଡ ଦୁର୍ଘଟଣା ଭିତରେ ଅନ୍ୟତମ  । ଏଥିରେ ସିଡିଏସ ବିପିନ ରାୱତ, ତାଙ୍କ ପତ୍ନୀ ଓ ମୋଟ ୧୪ଜଣ ସେନାଧିକାରୀ ସହିଦ ହୋଇଥିଲେ
•    ୨୦୨୧ ସେପ୍ଟେମ୍ବର ୫ରେ ଜମ୍ମୁକଶ୍ମୀରରେ ମିଗ ୨୯କେ ହେଲିକପ୍ଟର  ପଟନୀଟପରେ ଦୁର୍ଘଟଣାଗସ୍ତ ହୋଇଥିଲ । ଯେଉଁଥିରେ ଦୁଇଜଣ ପାଇଲଟ ସହିଦ ହୋଇଥିଲେ ।

Advertisment

ଲଢୁଆ ହେଲିକପ୍ଟର ମିଗ୍, ଚିତା ନୁହେଁ ବଂର ସେନାର ଅନ୍ୟତମ ହାଲୁକା ତଥା ଲଢୁଆ ହେଲିକପ୍ଟର ଧ୍ରୁବ ମଧ୍ୟ ଦୁର୍ଘଟଣାର ଶିକାର ହୋଇଛି ।

•    ୨୦୨୧ରେ ପଠାନକୋର୍ଟରେ ଆର୍ମି ଏଭିଏସନ କର୍ପସର ସ୍କ୍ୱାଡର୍ନ ଧ୍ରୁବ ଏଏଲଏଚ କଠୁଆରେ ଦୁର୍ଘଟଣାର ଶିକାର ହେଇଥିଲା । ଯେଉଁଥିରେ ଦୁଇଜଣ ପାଇଲଟ ସହିଦ ହୋଇଥିଲେ ।

•    ୨୦୨୧ ଜାନୁଆରୀ ମାସରେ ଜମ୍ମୁକଶ୍ମୀର ଲଖନପୁରରେ ଧ୍ରୁବ ଏଏଲଏଚ ଦୁର୍ଘଟଣାରେ ଜଣେ ପାଇଲଟ ଦୁର୍ଘଟଣାଗସ୍ତ ହୋଇଥିଲେ ।

ଦେଶରେ ହୋଇଥିବା ଦୁର୍ଘଟଣାର ଚିତ୍ର
•    ୨୦୧୭ ମସିହାଠୁ ଏବେ ସୁଦ୍ଧା ଦେଶରେ ୧୮ଟି ବଡ ଧରଣର ସେନା ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇସାରିଛି ।
•    ଏହି ସବୁ ଦୁର୍ଘଟଣା ପ୍ରାୟତ ତାମିଲନାଡୁ ଓ ଅରୁଣାଚଳପ୍ରଦେଶରେ ଘଟୁଥିବା ତାଲିକା ରହିଛି
•    ୧୮ଟି ଦୁର୍ଘଟଣା ଭିତରେ ରହିଛି ୪ଟି ଆଡଭାନ୍ସ ଲାଇଟ ହେଲିକପ୍ଟର ବା ଏଏଲଏସ,
•    ୬ଟି ଚିତା ହେଲିକପ୍ଟର, ଦୁଇଟି ୱିପନ ସିଷ୍ଟମ ଇଂଟିିଗ୍ରେଟେଡ, ୩ଟି ମିଗ- ୧୭ଭିଫାଇଭ, ଗୋଟିଏ ମିଗ ୧୭ ଓ ଗୋଟିଏ ଚେତକ ହେଲିକପ୍ଟର ରହିଛି ।

ପୁରୁଣା ହେଲିକପ୍ଟରଗୁଡିକୁ ହଟାଇବା ପାଇଁ ଦୀର୍ଘଦିନ ହେବ ଦାବି ହୋଇ ଆସୁଥିଲେ ବି ଏହାକୁ କାର୍ଯ୍ୟକାରୀ କରାଯାଉନି । ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ସେନାର ଚିତା ଓ ଚେତକ ହେଲିକପ୍ଟର ପୁରୁଣା ବ୍ୟାଚ୍କୁ ସେନାକୁ ହଟାଇବା ଜରୁରୀ ହୋଇପଡିିଛି । ୧୯୦ଟି ମଧ୍ୟେ ଚିତା,ଚେତକ ଓ ଚିତଲ ହେଲିକପ୍ଟର ରହିଛି । ଏଥିରୁ ଅଧିକାଂଶ ୫୦ବର୍ଷରୁ ଅଧିକ ପୁରୁଣା ବୋଲି ଜଣାପଡିଛି ।