କନକ ବ୍ୟୁରୋ : ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେଙ୍କ ବିବାହ ଉତ୍ସବରେ ଲଳିତ ମୋଦୀ ସାମିଲ ହେବାକୁ ନେଇ ଆରମ୍ଭ ହୋଇଛି ବିବାଦ । ରାଜନୈତିକ ମହଲରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତାମାନେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ମନି ଲଣ୍ଡରିଂ ମାମଲା ଏବଂ ଟିକସ ଫାଙ୍କି ଅଭିଯୋଗରେ ଲଳିତ ମୋଦୀଙ୍କ ବିରୋଧରେ ତଦନ୍ତ ଚାଲିଛି ।

Advertisment

୨୦୧୦ରୁ ସେ ଭାରତ ଛାଡି ଲଣ୍ଡନରେ ରହୁଛନ୍ତି । ଲଳିତ ମୋଦୀଙ୍କ ପରି ଜଣେ ପଳାତକ ଦେଶର ଜଣେ ବରିଷ୍ଠ ଆଇନଜୀବୀ ହରିଶ ସାଲେଭଙ୍କ ବିବାହ ଉତ୍ସବରେ ଉପସ୍ଥିତ ରହିବା ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ଶିବସେନା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ, ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି ଜଣେ ପଳାତକ, ଯିଏ ଭାରତୀୟ ଆଇନରୁ ଖସି ଯାଇଛନ୍ତି, ସେ ମୋଦୀ ସରକାରର ଜଣେ ପ୍ରିୟ ଆଇନଜୀବୀଙ୍କ ବିବାହକୁ ନିମନ୍ତ୍ରିତ ହୋଇଛନ୍ତି ।

କିଏ କାହାକୁ ସୁରକ୍ଷା ଦେଉଛି, ତାହା ଏବେ ପ୍ରଶ୍ନ ନୁହେଁ କି ବୋଲି ଟ୍ୱିଟ୍ କରି ଲେଖିଛନ୍ତି ପ୍ରିୟଙ୍କା ଚର୍ତୁବେଦୀ । ସାଲଭେଙ୍କ ଏହି ବିବାହ ଉତ୍ସବରେ ନୀତା ଅମ୍ବାନୀ, ଲକ୍ଷ୍ମୀ ମିତଲ ପରି ହାଇପ୍ରୋଫାଇଲ ଅତିଥି ସାମିଲ ହୋଇଥିଲେ ।