କିଏ ଜିତିବ ପଦ୍ମପୁର? ନେତା ଆରମ୍ଭ କଲେ ଆକଳନ, ବିଜେଡ଼ି ସପକ୍ଷରେ ମତ ଦେଲେ ବରିଷ୍ଠ ନେତା ଦାମ ରାଉତ

442

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ହାଇଭୋଲଟେଜ ଭୋଟ ସରିବା ପରେ ଏବେ ଇଭିଏମରେ ସିଲ ହୋଇଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଫଳାଫଳ ନେଇ ନେତାଙ୍କ ଛାତିି ଧଡ ଧଡ ହେଉଥିବାବେଳେ ବରିଷ୍ଠ ନେତା ନିଜର ଅଭିଜ୍ଞତା ଅନୁସାରେ ହାର ଜିତର ଆକଳନ କରିଛନ୍ତି । ବରିଷ୍ଠ ନେତା ଦାମ ରାଉତ ବିଜେଡି ସପକ୍ଷରେ ମତ ଦେଇଛନ୍ତି । ଆଉ ବିଜେଡି ଜିତିବାର କାରଣ ବି କହିଛନ୍ତି । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ପଦ୍ମପୁରରେ ପ୍ରଚୁର ଟଙ୍କା ଖର୍ଚ କରିଛନ୍ତି ବିଜେଡି-ବିଜେପି । ତାସତ୍ତେ୍ୱ ଏଠାରେ ପ୍ରତିଦ୍ୱନ୍ଦିତା ତ୍ରିମୁଖୀ ହେଉଛି ।

ପଦ୍ମପୁରରେ ଏଥର ବମ୍ପର ଭୋଟଦାନ ହେଇଛି । ତେଣୁ ରେଜଲ୍ଟ କାହା ସପକ୍ଷରେ ଯିବ ସେ ନେଇ ଆକଳନ ଜାରି ରହିଛି । ବିଜେପି-ବିଜେଡି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଟଙ୍କାର ଖେଳ ଓ ବ୍ୟବସାୟୀଙ୍କ ଉପରେ ରେଡ୍ କାହା ଉପରେ ଭାରି ପଡିବ ସେ ନେଇ ଆକଳନ କରୁଛନ୍ତି ବିଶେଷଜ୍ଞ । ଏହାରି ଭିତରେ ରେଜଲ୍ଟ ନେଇ ନେତା ନିଜ ନିଜର ମତ ରଖିଛନ୍ତି । ଗୁରବାର ଆସିବ ପଦ୍ମପୁର ଫଳାଫଳ । ରେଜଲ୍ଟ ଯାହା ସପକ୍ଷରେ ଗଲେ ବି ୨୦୨୪ ପାଇଁ ଏହା ଯେ ସବୁ ଦଳ ପାଇଁ ବଡ ସଙ୍କେତ ହେବ , ତାହା ଏକପ୍ରକାର ସ୍ପଷ୍ଟ ହୋଇଛି ।