କାହା ସହ ହେବ ମୋଦିଙ୍କ ମୁକାବିଲା ? ପ୍ରିୟଙ୍କା ରଖିଲେ ଉତ୍ତର, କହିଲେ ମୋ ସହ ନୁହେଁ ରାହୁଲଙ୍କ ସହ ହେବ ମୋଦିଙ୍କ ଟକ୍କର ।

125

କନକ ବ୍ୟୁରୋ : କାହା ସହ ହେବ ମୋଦିଙ୍କ ମୁକାବିଲା । ଗଣମାଧ୍ୟମ ପ୍ରତିନିଧିଙ୍କ ଏଭଳି ପ୍ରଶ୍ନର ଉତ୍ତରରେ ପ୍ରିୟଙ୍କା ଗାନ୍ଧି ରଖିଲେ ଉତ୍ତର । ସେ କହିଛନ୍ତି ତାଙ୍କ ସହ ନୁହେଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ହେବ ନରେନ୍ଦ୍ର ମୋଦିଙ୍କ ମୁକାବିଲା । ଉତ୍ତର ପ୍ରଦେଶରେ ଗତକାଲି ରାତି ସାରା ବୈଠକ କରିବା ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଏହି ପ୍ରତିକ୍ରିୟା ରଖିଛନ୍ତି  ।

ଜିଲ୍ଳା ସ୍ତରରେ, ବ୍ଲକ ସ୍ତରରେ ଓ ତୃଣମୂଳ ସ୍ତରରେ ଦଳର ସ୍ଥିତି କେମିତି ରହିଛି ଏବଂ କିଭଳି ଏହାକୁ ଆହୁରି ମଜଭୁତ କରିହେବ ସେ ନେଇ କର୍ମୀଙ୍କ କଥା ଶୁଣିଥିଲେ ପ୍ରିୟଙ୍କା ଗାନ୍ଧି  । ବୈଠକ ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା  । ସେ କହିଛନ୍ତି ସେ ଦଳର ଭିନ୍ନ ସ୍ତରର ନେତା ଓ କର୍ମୀଙ୍କ ସହ ଦଳର ସ୍ଥିତି ନେଇ ଆଲୋଚନା କରିଛନ୍ତି  । ଦଳର ସାଂଗଠନିକ ସ୍ଥିତି ନେଇ ତାଙ୍କୁ ବହୁତ କିଛି ଶିକ୍ଷା ମିଳିଛି । ସେ ଆଗାମି ଦିନରେ ଦଳକୁ ଆହୁରି ମଜବୁତ୍ କରିବେ । ତେବେ ସେ ଦଳୀୟ ସଂଗଠନକୁ ୟୁପିରେ ମଜବୁତ୍ କରିବାକୁ ଥିବାରୁ ସେ ନିର୍ବାଚନ ଲଢ଼ିବେ ନାହିଁ  ।