କନକ ବ୍ୟୁରୋ: ରାଜସ୍ଥାନରେ ବିଜେପିକୁ ଅଡୁଆ ବସୁନ୍ଧରା ରାଜେ ସିନ୍ଧିଆ? ଏଭଳି ଚର୍ଚ୍ଚା ଏବେ ଜାତୀୟ ରାଜନୀତିରେ । ୪ ନାଁକୁ ନେଇ ଚର୍ଚ୍ଚା ହେଉଛି । ଦିଲ୍ଲୀରେ ଏ ନେଇ ଶୀର୍ଷ ନେତା କ’ଣ ନିଷ୍ପତି ନେବେ ତା ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଭାବେ ଦାବିଦାର କୁହାଯାଉଥିବା ବସୁନ୍ଧରାଙ୍କୁ ୭୦ ଜଣ ବିଧାୟକ ଭେଟିଥିବା କୁହାଯାଉଛି । ଗୋଟିଏ ପଟେ ଦିଲ୍ଲୀରେ ବିଜେପିର ଶୀର୍ଷ ନେତା ସବୁ ଦିଗକୁ ବିଚାର କରୁଛନ୍ତି । ଯେପରି ନିଷ୍ପତି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ପାଇଁ ବୁମେରାଂ ନହେବ । ଅନ୍ୟପଟେ ବସୁନ୍ଧରାଙ୍କୁ ୭୦ ବିଧାୟକ ଭେଟିବା ଦଳ ଭିତରେ ସିଏମ୍ ଚେହେରାକୁ ନେଇ ମତପାର୍ଥକ୍ୟ ରହିଛି ବୋଲି ଇଂଗିତ ଦେଉଛି । ବିଧାନସଭା ନିର୍ବାଚନ ବେଳେ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେହେରା, ଗେହଲଟ ସରକାରର ବିଫଳତାକୁ ମୁଦ୍ଦା କରି ୫ ବର୍ଷ ପରେ ପୁଣିଥରେ ଜନତାଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇଛି ବିଜେପି । ଏବେ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବେ ସେ ନେଇ ଚାଲିଛି ଚର୍ଚ୍ଚା । ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ସମସ୍ତଙ୍କ ଅପେକ୍ଷା ରହିଛି । ଏହାରି ଭିତରେ ଅନେକ ନାଁ ଚର୍ତ୍ତା ହେଉଛି । ବସୁନ୍ଧରା ରାଜେ ପୂର୍ବରୁ ଦୁଇ ଦୁଇଥରର ମୁଖ୍ୟମନ୍ତ୍ରୀ ରହିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ରେସରେ ଆଉ ଜଣେ ମହିଳା ଦିଆକୁମାରୀ ଆଗରେ ଅଛନ୍ତି । ସେ ବର୍ତମାନ ସାଂସଦ ଅଛନ୍ତି । ସେ ରାଜସ୍ଥାନର ଲୋକପ୍ରିୟ ରାଣୀ ଗାୟତ୍ରୀ ଦେବୀଙ୍କ ନାତୁଣୀ । ନିଜ ଅଂଚଳର ବିକାଶ କାମ ଯୋଗୁଁ ରାଜସ୍ଥାନରେ ତାଙ୍କର ଲୋକପ୍ରିୟତା ବଢିଛି । ସେହିପରି ଗଜେନ୍ଦ୍ର ସିଂ ଶେଖାୱତ ଏବେ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ସେ ମୁଖ୍ୟମନ୍ତ୍ରୀ ରେସରେ ଥିବା ଚର୍ଚ୍ଚା ହେଉଛି । ଅଶୋକ ଗେହଲଟଙ୍କ ପ୍ରମୁଖ ବିରୋଧୀ ଭାବେ ଜଣାଶୁଣ।। ଅଲୱାରରୁ ସାଂସଦ ଥିବା ବାବା ବାଲକନାଥ ମଧ୍ୟ ଏବେ ଚର୍ଚ୍ଚାରେ ।