ପିପିଲି ପଲିଟିକ୍ସ : କିଏ ହେବ ମହାରଥୀଙ୍କ ଉତ୍ତରାଧିକାରୀ? ନିର୍ବାଚନ ମଣ୍ଡଳୀରେ କର୍ମୀଙ୍କ ସହ ମିଶୁଛନ୍ତି ମହାରଥୀଙ୍କ ସ୍ତ୍ରୀ ପ୍ରତିଭା ମହାରଥୀ । ସେପଟେ ବିଜେଡି ଛାତ୍ର ସଂଗଠନକୁ ଏକଜୁଟ କରୁଛନ୍ତି ପୁଅ 

395

କନକ ବ୍ୟୁରୋ : ବାଲେଶ୍ୱର , ତିର୍ତୋଲ ପରେ ପିପିଲିରେ ହେବ ଉପନିର୍ବାଚନ । ପିପିଲି ଉପନିର୍ବାଚନ ପାଇଁ ବିଜେଡି,କଂଗ୍ରେସ, ବିଜେପି ୩ ରାଜନୈତିକ ଦଳ ସଜବାଜ ହେଉଥିବା ବେଳେ ପିପିଲିରେ କିଏ ହେବ ବିଜେଡିର ଉତ୍ତରାଧିକାରୀ । ନିର୍ବାଚନ ମଣ୍ଡଳୀରେ କର୍ମୀଙ୍କ ସହ ମହାରଥୀଙ୍କ ସ୍ତ୍ରୀ ପ୍ରତିଭା ମହାରଥୀ ମିଶୁଛନ୍ତି । ସେପଟେ ବିଜେଡି ଛାତ୍ର ସଂଗଠନକୁ ଏକଜୁଟ କରୁଛନ୍ତି ପୁଅ ।

ପିପିଲିରେ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେବାର ଅଛି । ତେବେ ସେଠାରୁ ବିଜେଡି କାହାକୁ ପ୍ରାର୍ଥୀ କରିବ ତା ଉପରେ ରହିଛି ସମସ୍ତଙ୍କ ନଜର । ପ୍ରଦୀପ ମହାରଥୀଙ୍କ ଉତ୍ତରାଧିକାରୀ ଭାବେ ଏବେ ତାଙ୍କ ସ୍ତ୍ରୀ ପ୍ରତିଭା ମହାରଥୀ ଓ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କ ନାଁ ଚର୍ଚ୍ଚା ହେଉଛି ।

ନିକଟରେ ରାଜ୍ୟରେ ଦୁଇଟି ଆସନରେ ଉପନିର୍ବାଚନ ହୋଇଛି । ଦୁଇଟି ଯାକ ସିଟରେ ବିଜୟୀ ହୋଇଛି ବିଜେଡି । ତିର୍ତ୍ତୋଲରେ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ତାଙ୍କ ପୁଅ ବିଜୟ ଶଙ୍କର ଦାସ ପ୍ରାର୍ଥୀ ହୋଇ ବିଜୟ ହୋଇଛନ୍ତି ।