ଯାତ୍ରୀଗଣ କୃପୟା ଧ୍ୟାନ ଦି ଯେ ! ଜାଣିଛନ୍ତି କି ପ୍ଲାଟଫର୍ମରେ ହିନ୍ଦୀ ଅନୁବାଦରେ ଯାତ୍ରୀଗଣଙ୍କୁ ସୁଚନା ଦେଉଥିବା ମହିଳା ଜଣକ କିଏ ଥିଲେ । 

39

ରେଲୱେ ଷ୍ଟେସନରେ ଆପଣ ଯେତେବେଳେ ଟ୍ରେନର ଅପେକ୍ଷାରେ ଥାଆନ୍ତି ସେତେବେଳେ ଆପଣଙ୍କୁ ଟ୍ରେନର ଗତିବିଧି ସଂପର୍କିତ ସୁଚନା ଦେଉଥିବା ମହିଳାଙ୍କ କଥା କେବେ ଭାବିଛନ୍ତି ଯେ “ଯାତ୍ରୀଗଣ କୃପୟା ଧ୍ୟାନ ଦି ଯେ” କହି ଆପଣଙ୍କ ଅପେକ୍ଷାରେ ପୂର୍ଣ୍ଣଛେଦ ପକାଇଥାନ୍ତି । ତେବେ ବେଳେବେଳେ ମନରେ ପ୍ରଶ୍ନ ଆସେ ଯେ କିଏ ଏହି ମହିଳା ଏବଂ ତାଙ୍କ ନାମ କ’ଣ ଇତ୍ୟାଦି । ତେବେ ଆଜି ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ ।

ଏହି ମଧୁର କଣ୍ଠର ସମ୍ରାଗ୍ନୀଙ୍କ ନାମ ହେଉଛି ସରଳା ଚୌଧୁରୀ । ୧୯୮୨ ମସିହାରେ ସରଳାଙ୍କ ନାମ କେନ୍ଦ୍ର ରେଳବାଇରେ ଘୋଷିକାଙ୍କ ରୂପେ ଚୟନ କରାଯାଇଥିଲା । ଖାସ୍ କଥା ହେଉଛି ସେତେବେଳେ ରେଳବାଇରେ ୧୦୦ ପଦ ମଧ୍ୟରୁ ଏକମାତ୍ର ସରଳା ଦେବୀଙ୍କୁ ହିଁ ଏହି ପୋଷ୍ଟରେ ଚୟନ କରାଯାଇଥିଲା । ପ୍ରଥମେ ସେ ଅସ୍ଥାୟୀ କର୍ମଚାରୀ ରୂପେ ରେଳବାଇରେ କାମ କଲେ । କିନ୍ତୁ ତାଙ୍କ କଣ୍ଠସ୍ୱରର ଯାଦୁ ଏବଂ କଠିନ ପରିଶ୍ରମ ପାଇଁ ତାଙ୍କୁ ୪ ବର୍ଷ ମଧ୍ୟରେ ହିଁ ସ୍ଥାୟୀ ନିୟୁକ୍ତି ମିଳିଗଲା ।

ଏକ ସାକ୍ଷାତକାରରେ ସରଳା କହିଥିଲେ ଯେ ପ୍ରଥମେ ପ୍ରଥମେ ତାଙ୍କୁ ଅଲଗା ଷ୍ଟେସନ୍ ଯାଇ ସେଠାରେ ମାନୁଆଲ୍ ରେକର୍ଡିଂ କରିବାକୁ ପଡୁଥିଲା ସେତେବେଳେ କମ୍ପ୍ୟୁଟର ଏତେ ସକ୍ରିୟ ନଥିବାରୁ ଏଭଳି କରିବାକୁ ପଡିଥିଲା । ସେ କେବଳ ହିନ୍ଦୀ ନୁହଁ ମରାଠିରେ ମଧ୍ୟ ନିଜ ସ୍ୱରକୁ ରେକର୍ଡ଼ିଂ କରୁଥିଲେ । ବର୍ତ୍ତମାନ ସବୁ ସ୍ଥାନରେ ଟ୍ରେନ୍ ମ୍ୟାନେଜମେଣ୍ଟ୍ ସିଷ୍ଟମ୍ ଦ୍ୱାରା ଆନାଉନ୍ସମେଣ୍ଟ୍ କରାଯାଏ । ବର୍ତ୍ତମାନ ରେଳବାଇ ସରଳାଙ୍କ ସ୍ୱରକୁ ଷ୍ଟାଣ୍ଡବାଇ ମୋଡରେ ରଖିଛି, ଯାହାକୁ ସବୁ ଷ୍ଟେସନରେ ବ୍ୟବହାର କରାଯାଇପାରିବ । ଆପଣଙ୍କୁ କହିରଖୁଛୁ ସରଳା ବର୍ତ୍ତମାନ ଘରୋଇ କାମରେ ରହି ରେଳବାଇ ଚାକିରୀ ଛାଡି ସାରିଛନ୍ତି ଏବଂ ଅନ୍ୟତ୍ର ଚାକିରୀ କରୁଛନ୍ତି ।