ସାରା ବିଶ୍ୱକୁ ଡରାଉଛି ଡେଲଟା ଭୂତାଣୁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କବାଣୀ, ମାରାତ୍ମକ ହେଉଛି ଡେଲଟା ଭାରିଏଣ୍ଟ, ବାରମ୍ବାର ବଦଳାଉଛି ସ୍ୱରୂପ ।

321

କନକ ବ୍ୟୁରୋ: ବଢ଼ିଚାଲିଛି ଡେଲଟା କରୋନା ଭୂତାଣୁ । ବିଭିନ୍ନ ଦେଶରେ ଏହି ମାରାତ୍ମକ ଭୂତାଣୁ ମ୍ୟୁଟାଣ୍ଟ କରୁଛି ବା ରୂପ ବଦଳାଉଛି । ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି । ଡବ୍ଲୁଏଚଓର ମହାନିର୍ଦ୍ଦେଶକ କହିଛନ୍ତି କୋଭିଡ- ୧୯ ମହାମାରୀର ଅତ୍ୟନ୍ତ କଠିନ ସମୟ ଦେଇ ଗତି କରୁଛି ସମଗ୍ର ବିଶ୍ୱ । ସେ କହିଛନ୍ତି, ଡେଲଟା ଭାଇରସ ସବୁଠାରୁ ମାରାତ୍ମକ ହୋଇଥିବା ବେଳେ ଏହା ଲଗାତାର ରୂପ ବଦଳାଉଛି । ଭାରତରେ ପ୍ରଥମ କରି ଦେଖାଯାଇଥିବା ଡେଲଟା ଭାଇରସ ଏବେ ବିଶ୍ୱର ପ୍ରାୟ ୯୮ଟି ଦେଶକୁ ବ୍ୟାପି ସାରିଲାଣି । ଏହା ଅଧିକ ସଂକ୍ରମକ ହେବା ସହ ଫୁସଫୁସ ସଂକ୍ରମଣ ବଢ଼ୁଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଯେଉଁ ଦେଶରେ କମ୍ ଲୋକଙ୍କୁ ଟିକା ଦିଆଯାଇଛି ସେଠାରେ ପୁଣି ଥରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କହିଛି ଡବ୍ଲୁଏଚଓ । ବର୍ଷକ ମଧ୍ୟରେ ଅତିକମରେ ୭୦ ପ୍ରତିଶତ ଲୋକଙ୍କୁ ଟିକା ନଦେଲେ ପରିସ୍ଥିତିରେ ନିୟନ୍ତ୍ରଣ ଆସିବ ନାହିଁ ବୋଲି କୁହାଯାଇଛି । ଭାରତରେ ଦ୍ୱିତୀୟ ଲହର ଅଧିକ ଭୟାବହ ହେବାର କାରଣ ଡେଲଟା ଭାଇରସ୍ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।