ସମ୍ ହସ୍ପିଟାଲର ପ୍ରତିଷ୍ଠାତା ମନୋଜ ନାୟକ କିଏ?

52

କନକ ବ୍ୟୁରୋ : ନିଜର ବିଶାଳ ସାମ୍ରାଜ୍ୟ ବିସ୍ତାର କରିବା ପୂର୍ବରୁ ମନୋଜ ନାୟକ ଥିଲେ ଜଣେ ଶିକ୍ଷକ ।ସରକାରୀ ଇଞ୍ଜିନିୟରିଂ କଲେଜରୁ ମନୋଜ ଆରମ୍ଭ କରିଥିଲେ ଶିକ୍ଷକତା ।୧୯୮୨ରେ ରାଉରକେଲା ଆରଇସିରୁ ବି.ଟେକ୍. ଡିଗ୍ରୀ ହାସଲ କରିଥଲେ ମନୋଜ । କଲେଜ ଅଫ୍ ଇଞ୍ଜିନିୟରିଂ ଟେକ୍ନୋଲଜିରୁ ଶିକ୍ଷାଦାନ ଆରମ୍ଭ କରିଥିଲେ ମନୋଜ । ସେହି ସମୟରେ ଶିକ୍ଷା ଓ ଅନୁସନ୍ଧାନ ଟ୍ରଷ୍ଟ ଏବଂ ଆଇଟିଇଆର୍ ସ୍ଥାପନ କରିଥିଲେ ମନୋଜ ।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଧିନରେ ମେଡିକାଲ କଲେଜ, ଇଞ୍ଜିନିୟରିଂ, ଡେଣ୍ଟାଲ, ବାୟୋଟେକ୍ନୋଲଜି ଓ ନର୍ସିଂ ଆଦି ୧୦ଟି କଲେଜ ଚାଲିଛି । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ମ୍ୟାନେଜମେଂଟଠାରୁ ସେ ନିଜକୁ ଦୂରରେ ରଖିଛନ୍ତି ।  ବିଶ୍ୱବିଦ୍ୟାଳୟ ୱେବସାଇଟରେ ମଧ୍ୟ ମନୋଜ ନାୟକଙ୍କ ନାମ ନାହିଁ । ୨୦୦୦ ମସିହାରେ ସେ ପ୍ରଥମେ ବିବାଦରେ ଆସିଥିଲେ ।

ମନୋଜ ନାୟକଙ୍କ ସମେତ କେତେକ ବ୍ୟକ୍ତିଙ୍କ ବିରୋଧରେ ଠକେଇ ଅଭିଯୋଗ କଲେ ଜେଇଇ କର୍ତ୍ତୃପକ୍ଷ । ଇଂଜିନିୟଂରି ସିଟ୍ ବିକ୍ରି ମାମଲାରେ ଖାରବେଳ ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ମଧ୍ୟ ହୋଇଥିଲା ।କିଛି ରାଜନେତାଙ୍କ ସହ ଘନିଷ୍ଠ ସମ୍ପର୍କ ଯୋଗୁଁ ସାମ୍ରାଜ୍ୟ ବିସ୍ତାର କରିଚାଲିଥିଲେ ମନୋଜ । ୨୦୦୬ରେ ଭୁବନେଶ୍ୱର ଉପକଣ୍ଠରେ ସେ ପ୍ରତିଷ୍ଠା କରିଥିଲେ ସମ୍ ହସ୍ପିଟାଲ । ଏହି ରିପୋର୍ଟଟି ହିନ୍ଦୁସ୍ଥାନ ଟାଇମ୍ସରେ ପ୍ରକାଶିତ ହୋଇଛି ।