ରେକର୍ଡ ଡ୍ୟାନ୍ସ ନାଁରେ ନଗ୍ନ ନାଚ! ଯାତ୍ରା ପେଣ୍ଡାଲରେ ସୀମା ଲଂଘୁଛି କି ଅଙ୍ଗ ପ୍ରଦର୍ଶନ?

ରେକର୍ଡ ଡ୍ୟାନ୍ସ ନାଁରେ ନଗ୍ନ ନାଚ! ଯାତ୍ରା ପେଣ୍ଡାଲରେ ସୀମା ଲଂଘୁଛି କି ଅଙ୍ଗ ପ୍ରଦର୍ଶନ?

କନକ ବ୍ୟୁରୋ: ଯାତ୍ରାରେ ରେକର୍ଡ ଡ୍ୟାନ୍ସ ଚାଲିଥିବା ବେଳେ ଦର୍ଶକ ଭିତରୁ ଜଣେ ମହିଳା ମଂଚ ଉପରକୁ ଜୋତା ଫିଙ୍ଗିଥିଲେ । ଆଉ ଅଭିଯୋଗ କରିଥିଲେ, ନାଚ ନାଁରେ ଅଙ୍ଗ ପ୍ରଦର୍ଶନ କରାଯାଉଛି । ଏହି ପ୍ରସଙ୍ଗରେ ମତ ରଖିଛନ୍ତି ଯାତ୍ରା କଳାକାର । ସେମାନେ କହିଛନ୍ତି, ଏଥିପାଇଁ ଯାତ୍ରା କମିଟି ଦାୟୀ । ସେମାନେ ହିଁ ଏହାକୁ ପ୍ରୋତ୍ସାହିତ କରୁଛନ୍ତି ।

ପୂରା ଘଟଣା ଉପରେ ନଜର ପକାନ୍ତୁ । ଭଦ୍ରକ ଜିଲ୍ଲା ଚରମ୍ପା ଅଂଚଳରେ ରାଜ ନନ୍ଦିନୀ ପାର୍ଟି ଯାତ୍ରା ପରିବେଷଣ କରୁଥିବା ବେଳେ ରେକର୍ଡ ଡ୍ୟାନ୍ସ ଚାଲିଥିଲା । ମଂଚ ଉପରେ ନାଚୁଥିଲେ ରାନୀ ପ୍ରିୟଦର୍ଶିନୀ ।

ତେବେ ରାନୀଙ୍କ ନାଚକୁ ବିରୋଧ କରିଥିଲେ ଯାତ୍ରା ଦେଖିବାକୁ ଆସିଥିବା ୫୨ ବର୍ଷିୟା ମହିଳା ମନ୍ଦାକିନୀ ପଣ୍ଡା । କେହି କିଛି ବୁଝିବା ପୂର୍ବରୁ ମଂଚ ଉପରକୁ ସେ ହଠାତ ଚପଲ ପିଙ୍ଗିଥିଲେ । ପେଣ୍ଡାଲ ଉପରକୁ ଉଠି ନାଚ ବନ୍ଦ କରିବାକୁ ଦାବି କରିଥିଲେ । କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ କହିଥିଲେ ଏହା ନାଚ ନୁହେଁ, ଅଙ୍ଗ ପ୍ରଦର୍ଶନ କରାଯାଉଥିଲା । ସେପଟେ ସୀମା ଭିତରେ ରହି ନାଚିଥିବା କହିଛନ୍ତି ରାନୀ ପ୍ରିୟଦର୍ଶିନୀ । ପେଶାଦାର ଭାବେ ଦର୍ଶକଙ୍କ ମନୋରଂଜନ କରୁଥିଲେ, ଏଥିରେ କିଛି ଅଶ୍ଳୀଳତା ନଥିଲା ବୋଲି ସେ ଯୁକ୍ତି ବାଢିଛନ୍ତି ।

ଏହି ଘଟଣାକୁ ନେଇ ଏବେ ବିତର୍କ ଆରମ୍ଭ ହୋଇଛି । ଉପରକୁ ଘଟଣାଟି ଯେତିକି ସାଧାରଣ ଲାଗୁଛି, ସେତିକି ସାଧାରଣ ନୁହେଁ । ଏହାର ସୁକ୍ଷ୍ମ ବିଶ୍ଳେଷଣ ଜରୁରୀ ହୋଇ ପଡିଛି । ଓଡ଼ିଶାବାସୀ ଯାତ୍ରାପ୍ରିୟ । ଓଡ଼ିଆ ସିନେମା ପ୍ରତି ଆଗ୍ରହ କମୁଥିବା ବେଳେ ଯାତ୍ରାରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ । ବର୍ଷ ବର୍ଷ ଧରି ଯାତ୍ରାରେ ରେକର୍ଡ ଡ୍ୟାନ୍ସ ପରିବେଷଣ କରାଯାଉଛି । ଗୋଟିଏ ପଟେ ରେକର୍ଡ ଡ୍ୟାନ୍ସର ଚାହିଦା ବଢ଼ିବାରେ ଲାଗିଛି, ଅନ୍ୟପଟେ ନାଚ ନାଁରେ ଅଙ୍ଗ ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହେଉଛି । ଏବେ ପ୍ରଶ୍ନ ଉଠୁଛି –

ନଗ୍ନ ନାଚକୁ କିଏ ଦେଉଛି ପ୍ରୋତ୍ସାହନ?

ଅଶ୍ଳୀଳ ନୃତ୍ୟ ପାଇଁ ଦାୟୀ କି କଳାକାର?

ଜୋତା ପିଙ୍ଗିଲେ ହେବ କି ସମସ୍ୟାର ସମାଧାନ?

ଯାତ୍ରାରେ ଏବେ ରେକର୍ଡ ଡ୍ୟାନ୍ସ ଅଭିନ୍ନ ଅଙ୍ଗ ପାଲଟିଥିବାରୁ ନାଚ କିପରି ହେବ । ଏହାର ସୀମା ସରହଦ କ’ଣ ହେବ ଏବଂ କିଏ ଏହାକୁ ନିୟନ୍ତ୍ରଣ କରିବ, ଏ ପ୍ରଶ୍ନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe