କନକ ବ୍ୟୁରୋ : ଦେଶର ଜଣାଶୁଣା କମେଡିଆନ ରାଜୁ ଶ୍ରୀବାସ୍ତଙ୍କର ଆଜି ଦେହାନ୍ତ ହୋଇଯାଇଛି । ଦୀର୍ଘ ୪୧ ଦିନ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେବା ପରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଝିଅ ବାବଦରେ ବିଶେଷ ଆଲୋଚନା ହେଉ ନଥିବା ବେଳେ ଏବେ ତାଙ୍କ ଝଅକୁ ନେଇ ଚର୍ଚ୍ଚା ଜୋ ଧରିଛି ।

Advertisment

ରାଜୁ ଶ୍ରୀବାସ୍ତବଙ୍କ ଭଳି ତାଙ୍କ ଝିଅ ଅନ୍ତରା ଶ୍ରୀବାସ୍ତବ ବେଲ ଟ୍ୟାଲେଣ୍ଟେଡ । ୧୯୯୪ ରେ ଜନ୍ମ ହୋଇଥିବା ଅନ୍ତରା ସିନେ ଦୁନିଆରେ ପାଦ ରଖିବାକୁ ଲକ୍ଷ୍ନୌରୁ ମୁମ୍ବାଇ ଆସିଥିଲେ । ସେ ସାମ୍ବାଦିକତାରେ ମଧ୍ୟ ଡିଗ୍ରୀ କରିଛନ୍ତି । ୨୦୦୬ ମସିହାରେ ତାଙ୍କୁ ନ୍ୟାସନାଲ ବ୍ରେବରୀ ପୁରସ୍କାର ମଧ୍ୟ ମିଳିଛି ।

ସେପଟେ ତାଙ୍କ ସହାସିକତା ପାଇଁ ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ମିଳିଛି । ୨୦୦୫ ମସିହାରେ ରାଜୁଙ୍କ ଅନେ୍ଧରୀରେ ଥିବା ଘରେ ୪ ଜଣ ଚୋର ପଶିଯାଇଥିଲେ । ହେଲେ ଅନ୍ତରା ନିଜର ବୁଦ୍ଧି ଖଟାଇ ତାଙ୍କୁ ପୋଲିସରେ ଧରାଇ ଦେଇଥିଲେ । ଏଥିପାଇଁ ତାଙ୍କୁ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କାଲାମ ସାହସିକତା ପୁରସ୍କାର ପ୍ରଦାନ କରିଥିଲେ । ଅନ୍ତରାଙ୍କର ମଧ୍ୟ ସିନେମା ଦୁନିଆ ସହ ବେଶ୍ ଗଭୀର ସଂପର୍କ ରହିଛି । ସେ ୨୦୧୭ ମସିହାରେ ‘ମି ଆଣ୍ଡ ଆଇ ’ ନାମରେ ଏକ ସର୍ଟ ଫିଲ୍ମର ପ୍ରଯୋଜକ ଥିଲେ । ଏହାପରେ ୨୦୧୮ ମସିହାରେ କେକେ ମେନନଙ୍କ ଫିଲ୍ମ ବୋଡକା ଡାଏରିଜି ମାଧ୍ୟମରେ ବଲିଉଡରେ ପ୍ରବେଶ କରିଥିଲେ ।

ସେପଟେ ଅନ୍ତରାଙ୍କର ଏକ ଛୋଟ ଭାଇ ମଧ୍ୟ ରହିଛି । ଯେ କି ଜଣେ ପ୍ରସିଦ୍ଧ ବେହେଲା ବାଦକ । ସେ ଗାୟକ କୈଳାଶ ଖେରଙ୍କ ସହ କାମ କରିଛନ୍ତି ।