କନକ ବ୍ୟୁରୋ: ନିକଟରେ ଟି-୨୦ ବିଶ୍ୱ କପ୍ ମ୍ୟାଚରେ ପାକିସ୍ତାନକୁ ହରାଇଛି ଜିମ୍ବାୱେ । ଏହା ମଧ୍ୟରେ ୨ ଦେଶର ନେଟିଜେନ୍ସଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ବିବାଦ । ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି ମିଷ୍ଟର ବିନ୍ ପ୍ରସଙ୍ଗ, ଯାହାକୁ ନେଇ ପାକିସ୍ତାନ ଓ ଜିମ୍ବାୱେ ନେଟିଜେନ୍ସ ମୁହାଁମୁହିଁ ହୋଇଛନ୍ତି । ଏହା ପଛରେ ରହିଛି ଏକ ରୋଚକ କାହାଣୀ ।publive-imageପ୍ରକୃତ କଥା ହେଉଛି ଟି-୨୦ ବିଶ୍ୱ କପ୍ ମ୍ୟାଚ୍ ପାଇଁ ପାକିସ୍ତାନ ଜୋରଦାର ପ୍ରସ୍ତୁତି ଚଳାଇଛି ବୋଲି ପାକିସ୍ତାନ ପିସିବି ଅଫିସିଆଲ ହ୍ୟାଣ୍ଡେଲରୁ ଟ୍ୱିଟ କରାଯାଇଥିଲା । ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ ଜିମ୍ବାୱେର ନଗୁନି ଚାସୁରା । ସେ ଟ୍ୱିଟ୍ କରିଥିଲେ ଯେ, ‘ଜଣେ ଜିମ୍ବାୱେ ନାଗରିକ ଭାବେ ସେ କେବେବି ପାକିସ୍ତାନକୁ କ୍ଷମା କରିବେ ନାହିଁ । ଥରେ ପାକିସ୍ତାନ ତାଙ୍କ ଦେଶକୁ ନକଲି ମିଷ୍ଟର ବିନଙ୍କୁ ପଠାଇ ଯାହା ଭୁଲ କରିଛି ସେଥିପାଇଁ କ୍ଷମା ମାଗିବା ଉଚିତ’ ।

Advertisment

publive-imageଏହାକୁ ନେଇ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଥିଲା ଟ୍ରେଣ୍ଡ । ନକଲି ମିଷ୍ଟର ମାମଲା କ’ଣ ବୋଲି ୟୁଜନର୍ସ ପ୍ରଶ୍ନ କରିଥିଲେ । ପରେ ଜଣାପଡିଲା ଯେ, ୨୦୧୬ରେ ଜିମ୍ବାୱେର ହରାରେ ଇଣ୍ଟରନ୍ୟାସନାଲ କନଫରେନ୍ସ ସେଣ୍ଟରକୁ ଜଣେ ମିଷ୍ଟର ବିନ୍ ଆସିଲେ, ଯିଏ ନକଲି ଥିଲେ । ଯାହାଙ୍କ ଫଟୋ ସେୟାର କରିଛନ୍ତି ନଗୁନି ଚସୁରା । ସେତେବେଳେ ଜିମ୍ବାୱେରେ ତାଙ୍କୁ ନେଇ ଲୋକେ ବେଶ୍ ଉତ୍ସାହୀ ଥିଲେ । ଟ୍ରାଫିକ ରୋକି ତାଙ୍କ ସହ ଫଟୋ ନେଇଥିଲେ । ହେଲେ ଯେତେବେଳେ ନକଲି ମିଷ୍ଟର ବିନ୍ ବୋଲି ଜାଣିଲେ ପାକିସ୍ତାନ ଉପରେ ଖପ୍ପା ହୋଇଥିଲେ ଜିମ୍ବାସ୍ୱେ ବାସିନ୍ଦା । ଏହାର ବଦଲା ଦିନେ ନା ଦିନେ ନେବାକୁ କହିଥିଲେ ଜିମ୍ବାୱେର ନେଟିଜେନ୍ସ ।publive-image

ଏବେ ନିକଟରେ ଅନୁଷ୍ଠିତ ଟି-୨୦ ମ୍ୟାଚରେ ଜିମ୍ବାୱେ ପାକିସ୍ତାନକୁ ୧ ରନରେ ହରାଇବା ପରେ ଏହି ମିଷ୍ଟର ବିନଙ୍କ ଫଟୋକୁ ସେୟାର କରିବା ସହ ପ୍ରତିଶୋଧ ନେଇଥିବା କହିଛନ୍ତି ନେଟଜେନ୍ସ ।