ବିଜେଡିର ୬୦ ବିଧାୟକଙ୍କ ଟିକେଟ କଟିବା ନେଇ ଚର୍ଚ୍ଚା । ୨୦୧୯ରେ କିଏ ପାଇବ ଟିକେଟ, କାହା ଉପରେ ଆସ୍ଥା ପ୍ରକଟ କରିବେ ନବୀନ ?

46

କନକ ବ୍ୟୁରୋ : ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ କିଏ ପାଇବ ଟିକେଟ୍? ଆଉ କେଉଁ ନେତା ବାଦ ପଡିବେ ? ନିର୍ବାଚନ ଯେତେ ପାଖେଇ ଆସୁଛି ଏହାକୁ ନେଇ ଚର୍ଚ୍ଚା ସେତେ ଜୋର ଧରିବାରେ ଲାଗିଛି । କଂଗ୍ରେସ ଅଗଷ୍ଟ ମାସ ଶେଷ ସୁଦ୍ଧା ଅର୍ଦ୍ଧାଧିକ ପ୍ରାର୍ଥୀ ଘୋଷଣା କରିବ ବୋଲି ପୂର୍ବରୁ କହିସାରିଛି । ବିଜେପି ଶିବିରରେ ମଧ୍ୟ ଚାଲିଛି ମାନସ ମନ୍ଥନ । କିନ୍ତୁ ଶାସକ ବିଜୁ ଜନତା ଦଳ ଉପରେ ରହିଛି ସମସ୍ତଙ୍କ ନଜର ।

କେଉଁ ବିଜେଡି ନେତାଙ୍କ ଉପରେ ରହିଛି ନବୀନଙ୍କ ଭରସା? କେଉଁ ନେତା ଦଳ ଏବଂ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭାବମୂର୍ତି ବଢାଇବାରେ ସାହାଯ୍ୟ କରିଛନ୍ତି? କିଏ ଲୋକମାନଙ୍କ ପାଇଁ କାମ କରିବା ସହ ନିର୍ବାଚନମଣ୍ଡଳୀରେ ଆସ୍ଥାଭାଜନ ହୋଇଛନ୍ତି? ଏହି ଆଧାରରେ ଆଗାମୀ ସାଧାରଣ ନିର୍ବାଚନରେ ସେମାନଙ୍କୁ ମିଳିବ ଦଳୀୟ ଟିକେଟ୍ । ଗୋଟିଏ ପଟେ ଏ ନେଇ ଚର୍ଚ୍ଚା ଚାଲିଥିବା ବେଳେ ନବୀନଙ୍କ ଅନବିଟେନ ଚତୁର୍ଥ ଇନିଂସ ପରେ ଦଳରେ ଟିକେଟ ଆଶାୟୀଙ୍କ ସଂଖ୍ୟା ବି ଲମ୍ବି ଚାଲିଛି । ସେପଟେ ଅନ୍ୟ ଦଳରୁ ବିଜେଡିକୁ ଡେଇଁଥିବା ନେତାଙ୍କ ଗୁରୁତ୍ୱକୁ ନେଇ ମଧ୍ୟ ଚାଲିଛି ଅଙ୍କ କଷା ।

naveenପଂଚାୟତ ନିର୍ବାଚନର ଫଳାଫଳ ପରେ ଜଣାପଡିଥିଲା ୫୦ରୁ ଅଧିକ ବିଜେଡି ବିଧାୟକଙ୍କ ଉପରେ ବିମୁଖ ଅଛନ୍ତି ଭୋଟର । ତେଣୁ ଏମାନଙ୍କ ପ୍ରୋଗ୍ରେସ ରିପୋର୍ଟକୁ ମଧ୍ୟ ଯାଂଚ କରିଥିଲେ ସୁପ୍ରିମୋ । ତେଣୁ ୨୦୧୪ରେ ପ୍ରାୟ ୬୦ ଜଣ ବିଜେଡି ସିଟିଂ ଏମଏଲଏଙ୍କୁ ଦଳ ଏଥର ଟିକେଟ ଦେବନାହିଁ ଚର୍ଚା ହେଉଛି ।କଂଗ୍ରେସ ଚଳିତ ମାସ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଦୃଢୋକ୍ତି ବାଢିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସେହିପରି ୧୨୦ ପ୍ଲସ ମିଶନର ସଫଳତା ନେଇ ରାଜ୍ୟ ନେତାଙ୍କ ସହ ବିଚାର ବିମର୍ଷ କରୁଛନ୍ତି କେନ୍ଦ୍ର ବିଜେପି ନେତା । ତେବେ ବିରୋଧୀଙ୍କ ଆଖି ରହିଛି ବିଜେଡିର ଟିକେଟ କନ୍ଦଳ ଉପରେ ।

ଦୀର୍ଘ ବର୍ଷ ଶାସନରେ ଥିବା ବିଜେଡିର ଅନେକ ନେତା ଓ ପ୍ରଶାସନ ଉପରେ ଭୋଟର ଅସନ୍ତୁଷ୍ଟ ଥିବା କୁହାଯାଉଛି । ତେବେ ବ୍ରାଣ୍ଡ ନବୀନ ଏବେ ମଧ୍ୟ ଓଡିଶା ଭୋଟରଙ୍କ ପ୍ରଥମ ପସନ୍ଦ ବୋଲି ଚର୍ଚ୍ଚା ହେଉଛି । ତେଣୁ ନବୀନ କାହା ଉପରେ ବିଶ୍ୱାସ ରଖିବେ ଓ କାହାକୁ ବାଦ ଦେବେ ତା’ ଉପରେ ଏବେ ସମସ୍ତଙ୍କ ନଜର ।