ଡେଲଟା ଭାରିଆଣ୍ଟ ପାଇଁ ବୁଷ୍ଟର ଡୋଜ ଦେବାକୁ ମନା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲୁଏଚଓ ନିର୍ଦ୍ଦେଶକ କହିଲେ ଧନୀ ରାଷ୍ଟ୍ରରେ ଅଧିକ ହୋଇଛି ଟିକାକରଣ, ପଛରେ ପଡ଼ିଛନ୍ତି ଗରିବ ଦେଶ ।

114

କନକ ବ୍ୟୁରୋ: ବିଶ୍ୱର ପ୍ରାୟ ୧୩୨ଟି ଦେଶରେ କରୋନାର ଡେଲଟା ଭୂତାଣୁ ମାଡି ଯାଇଥିବାବେଳେ ଟିକାର ବୁଷ୍ଟର ଡୋଜ୍ ଉପରେ ଗୁରୁତ୍ୱ ଦେଉଛନ୍ତି ଅଧିକାଂଶ ଦେଶ । ହେଲେ ଆଗାମୀ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖିବା ପାଇଁ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କାରଣ ବୁଷ୍ଟର ଡୋଜ୍ ଅପେକ୍ଷା ବିଶ୍ୱର ସମସ୍ତ ଦେଶରେ ଅନ୍ୟୁନ ୧୦ ପ୍ରତିଶତ ଲୋକଙ୍କ କରୋନା ଟିକାକରଣ ଉପରେ ଜୋର ଦେଇଛି ହୁ ।

କାରଣ ବିଶ୍ୱର ଧନୀ ଦେଶଗୁଡିକ ସେମାନଙ୍କ ଜନସଂଖ୍ୟାର ପ୍ରାୟ ୫୦ ପ୍ରତିଶତ ଟିକାକରଣ ଶେଷ କରିଥିବାବେଳେ ଗରିବ ରାଷ୍ଟ୍ରଗୁଡିକରେ ମାତ୍ର ଦେଢ ପ୍ରତିଶତ ଟିକାକକଣ ହୋଇପାରିଛି । ଅଧିକାଂଶ ଦେଶରେ କୋରନାର ଡେଲ୍ଟା ଭୂତାଣୁ ମାଡି ଚାଲିଥିବାବେଳେ ଏବେ ଟିକାର ବୁଷ୍ଟର ଡୋଜ୍ ଦେବା ଆରମ୍ଭ ହୋଇଛି । ଜର୍ମାନୀରେ ଆଗାମୀ ସେପ୍ଟେମ୍ବରରୁ ଆରମ୍ଭ ହେବ ବୁଷ୍ଟର ଡୋଜ୍ । ୟୁଏଇରେ ମଧ୍ୟ ଟିକାର ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ୩ ମାସ ମଧ୍ୟରେ ବୁଷ୍ଟର ଡୋଜ୍ ଦିଆଯିବ । ଗତ ସପ୍ତାହରେ ଇସ୍ରାଏଲ ରାଷ୍ଟ୍ରପତି ବୁଷ୍ଟର ଡୋଜ୍ ନେଇ ଦେଶରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ଟିକାକରଣର ଶୁଭାରମ୍ଭ କରିଥିଲେ । ଆମେରିକା ମଧ୍ୟ ବୁଷ୍ଟର ଡୋଜ୍ ଯୋଗେଇ ଦେବାକୁ ଫାଇଜର ଓ ବାୟୋଟେକ ସହ ଚୁକ୍ତି କରିଛି ।