ପ୍ରକାଶ ପାଇଲା ୨୦୨୦ ବର୍ଷ ପାଇଁ ଗୃହ ବିଭାଗର ଶ୍ୱେତପତ୍ର । ରାଜ୍ୟରେ ଦିନକୁ ୨୮ ଚୋରି, ୮ ଦୁଷ୍କର୍ମ ମାମଲା ।

80

କନକ ବ୍ୟୁରୋ: ରାଜ୍ୟରେ ଦିନକୁ ୮ ଦୁଷ୍କର୍ମ, ୨୮ ଚୋରି ଆଉ ୪ ଜଣଙ୍କୁ ହତ୍ୟା । ବିଧାନସଭାରେ ଉପସ୍ଥାପିତ ଗୃହ ବିଭାଗର ଶ୍ୱେତପତ୍ର-୨୦୨୦ରେ ରାଜ୍ୟରେ ଘଟୁଥିବା ଅପରାଧର ଏଭଳି ତଥ୍ୟ ଆପଣଙ୍କୁ ଚିନ୍ତାରେ ପକାଇପାରେ । କରୋନା ସମୟରେ ଏକ ବର୍ଷରେ କଣ କଣ ଅପରାଧ ଘଟିଛି, ସେନେଇ ଓଡିଶା ସରକାର ପୁରା ଚିତ୍ର ଦେଇଛନ୍ତି । ଯେତେବେଳେ ମହାମାରୀ ପାଇଁ ସମସ୍ତଙ୍କୁ ଘରେ ରହିବାକୁ ନିବେଦନ କରାଯାଉଥିଲା, ନଜର ପକାନ୍ତୁ, ସେତେବେଳେ କଣ ସବୁ ଅପରାଧ ଘଟୁଥିଲା ।

  • ୨୦୨୦ରେ ୨,୯୮୪ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି
  • ୨୦୨୦ରେ ୧୪୭୦ଟି ନରହତ୍ୟା ମାମଲା ରୁଜୁ ହୋଇଛି
  • ଏହି ବର୍ଷରେ ୫୧୪ଟି ଡକାୟତି, ୨,୧୬୬ ଲୁଣ୍ଠନ ଓ ୧୦୪୧୨ଟି ଚୋରି ହୋଇଛି
  • ୨୦୨୦ରେ ୯୮୧୭ଟି ମୋଟର ଯାନ ଦୁର୍ଘଟଣା ଘଟିଛି
  • ଏହି ବର୍ଷରେ ୪୦୮୮ ଯୌତୁକ ଜନିତ ମାମଲା ସାମ୍ନାକୁ ଆସିଛି

ଶ୍ୱେତପତ୍ରରେ ସରକାର ଦର୍ଶାଇଛନ୍ତି, ୨୦୨୦ କରୋନା ବର୍ଷରେ ଡ୍ୟୁଟିରେ ଥାଇ ୮ହଜାର ୯୦୨ ଜଣ ପୁଲିସ ଅଧିକାରୀ ସଂକ୍ରମିତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୪୮ ଜଣ କର୍ତ୍ତବ୍ୟରତ ପୁଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା ।