କନକ ବ୍ୟୁରୋ : ଉତ୍କଳ ଦିବସ ଅବସରରେ ଆମେ ଓଡିଆ ବୋଲି ଗର୍ବ କରୁ । ଗର୍ବ କରୁ ଆମ ଭାଷାକୁ ନେଇ । ଆମ କଳା, ସଂସ୍କୃତି, ଐତିହ୍ୟ ପରମ୍ପରାକୁ ନେଇ । ଆମର ଯାନିଯାତ, ପୁନେଇ ପରବ, ପିଠା ପଣାର ମହକ ବି ନିଆରା । ନିଆରା ଆମର ଖାଦ୍ୟ ପେୟ । ଓଡିଆଙ୍କ ପଖାଳ କଂସା ହେଉ କି ବଡିଚୁର।। ବାଡିଆ ଡାଲମା ହେଉ କି ଘାଂଟ, ମହୁର, ବେସର । ଆମ ଶାଗଭଜା, ଆଳୁ ଭରତା, ପୋଡପିଠା, ବାଇଗଣ ପୋଡା, ଯିଏ ଖାଇଛି, ତାର ସୁଆଦ ଜାଣିଛି ।

Advertisment

ହେଲେ ଦୁଃଖ ଏତିକି ସମୟ ଚକ୍ରରେ ଆଧୁନିକତା ଯେତିକି ଆମ ଜୀବନକୁ ଧସେଇ ପଶିଛି, ଆମ ଖାଦ୍ୟପ୍ରଣାଳୀକୁ ବି ସେତିକି ପ୍ରଭାବିତ କରିଛି । ପିଢା ଆଉ କଦଳୀପତ୍ରର ଯାଗା ନେଇସାରିଛି ଡାଇନିଂ ଟେବୁଲ । ଆଉ ତା ଉପରେ ମୁଖ୍ୟ ମେନ୍ୟୁରେ ପିଜା, ବର୍ଗର, ରୋଲ୍, ଚ୍ୟାମିନ୍ ଆଉ ପକୋଡା । ଗାଁ ଗାଁର ଛକ ଯାଗାରେ ଫାଷ୍ଟ ଫୁଡ୍ ଷ୍ଟଲ । ପାଠୁଆ, ଅଳ୍ପପାଠୁଆ, ଅପାଠୁଆ ସମସ୍ତଙ୍କର ଆଜି ଏଠି ଭିଡ । ଦେହକୁ ସୁହାଉ କି ନ ସୁହାଉ । ପାଟିକୁ ଭଲ ଲାଗୁଛି । ତେଣୁ ଗହଳି ହେଉଛି, ଦୋକାନ ବଢୁଛି, ବେପାର ବି ଚାଲିଛି ।

କୁଆଡେ ଗଲା ଓଡିଆ ଖାଦ୍ୟ ?

ଚକୁଳି,     ପିଜା
ପୋଡପିଠା,    ବର୍ଗର
ମଣ୍ଡାପିଠା,    ମୋମୋ
ଖିରୀ,     ସୁପ୍
ସିମେଇ, ନୁଡୁଲ୍ସ
ମୁଢି, ପପକର୍ଣ୍ଣ
ରୁଟି, ପରଟା ପୁରୀ ରୋଲ୍
ବରା, ପକୁଡି ଚିକେନ୍ ପକୋଡା