କନକ ବ୍ୟୁରୋ: ମାର୍କେଟ ବିଲ୍ଡିଂରେ ସ୍ଥିତି ଗମ୍ଭୀର । ଜିଦରେ ନଛୋଡ ବନ୍ଧା ବ୍ୟବସାୟୀ । ୧୭ତାରିଖରୁ ଆଜି ପର୍ଯ୍ୟନ୍ତ ୬ଦିନ ହେଲା ବନ୍ଦ ରହିଛି ମାର୍କେଟ ବିଲ୍ଡିଂ । ନା ସ୍ଥାୟୀ ବ୍ୟବସାୟୀ ନା ଉଠା ବ୍ୟବସାୟୀ ଦୋକାନ ଖୋଲୁଛନ୍ତି । ଦୋକାନ ବନ୍ଦ ଯୋଗୁଁ କୋଟି କୋଟି ଟଙ୍କା କ୍ଷତି ହୋଇଛି । ବ୍ୟବସାୟ ବନ୍ଦ ଯୋଗୁଁ ଶତାଧିକ ପରବାର ପ୍ରଭାବିତ ହୋଇଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ଥାୟୀ ବ୍ୟବସାୟୀ ସଂଘ ଭିତରେ ଅସନ୍ତୋଷ ତେଜୁଛି । ଏକ ବଡ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ସୂଚନା ମିଳିଛି । ସେପଟେ ଉଠା ଦୋକାନୀ ବି ପ୍ରତିବାଦ ଜାରି ରଖିଛନ୍ତି । ତେବେ ସମସ୍ୟାର ସମାଧାନ ପାଇଁ ବିଏମସି ପକ୍ଷରୁ ଯେମିତି ପଦକ୍ଷେପ ନିଆଯିବା କଥା ସେମିତି ନିଆଯାଉ ନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

Advertisment