ବିଶ୍ୱବ୍ୟାପୀ ଜୋରଦାର ହୋଇଛି କରୋନା ଟିକାକରଣ : ହେଲେ କେତେଦିନ ଚାଲିବ ମହାମାରୀ ବିରୋଧରେ ମହାଲଢେଇ ?

ବ୍ଲୁମବର୍ଗର ଆକଳନ, ୭୫ ପ୍ରତିଶତ ଟିକାକରଣ ପାଇଁ ଲାଗିପାରେ ୭ ବର୍ଷ

51

କନକ ବ୍ୟୁରୋ : ଭାରତ ସମେତ ସାରା ବିଶ୍ୱରେ କରୋନା ଟିକାକରଣ ଜୋରସୋରରେ ଆଗେଇ ଚାଲିଛି । ଆଉ ପ୍ରଶ୍ନ ଉଠୁଛି- କେବେ କରୋନା ବିରୋଧୀ ଲଢେଇ ଶେଷ ହେବ ? ଅର୍ଥାତ କେତେ ପ୍ରତିଶତ ଲୋକଙ୍କ ଟିକାକରଣ ହେଲେ ମହାମାରୀକୁ ମାତ ଦେଇହେବ ? ଏବଂ ଏଥିପାଇଁ କେତେ ସମୟ ଲାଗିବ ? ବିଶେଷଜ୍ଞଙ୍କ କହିବା ହେଲା ବିଶ୍ୱବ୍ୟାପୀ ୭୫ରୁ ୮୫ ପ୍ରତିଶତ ଟିକାକରଣ ହେଲେ ଯାଇ କରୋନା ବିରୋଧୀ ନିର୍ଣ୍ଣାୟକ ଲଢେଇ ଜିତିହେବ । ମହାମାରୀକୁ ମାତ୍ ଦେବ ସମ୍ଭବ ହେବ । ଏହି ପ୍ରଶ୍ନର ଉତ୍ତର ବର୍ତ୍ତମାନ ବିଶ୍ୱବ୍ୟାପୀ ଚାଲିଥିବା କରୋନା ଟିକାକରଣରେ ରହିଛି । ଯାହାକୁ ନେଇ ବ୍ଲୁମବର୍ଗ ଏକ ଡାଟାବେସ ତିଆରି କରିଛି ।

କେବେ ସରିବ କରୋନା ବିରୋଧରେ ଲଢେଇ ?

– ବର୍ତ୍ତମାନ ଯେଉଁ ଗତିରେ ଟିକାକରଣ ଚାଲିଛି କରୋନା ବିରୋଧୀ ଲଢେଇ ଜିତିବାକୁ ୭ ବର୍ଷ ଲାଗିବ !
– ବିଶ୍ୱର ୭୫% ଲୋକଙ୍କୁ କରୋନା ଟିକାର ୨ଟି ଡୋଜ୍ ଦେବାକୁ ଅନ୍ୟୁନ ୭ ବର୍ଷ ସମୟ ଦରକାର
– ଆମେରିକାରେ ସାଢେ ୩ କୋଟିରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଇ ସାରିଛି
– ଚୀନରେ ୩ କୋଟିରୁ ଅଧିକ ଏବଂ ୟୁରୋପୀୟ ସଂଘରେ ଦେଢ କୋଟିରୁ ଅଧିକ ଲୋକଙ୍କ ଟିକାକରଣ
– ଇସ୍ରାଏଲରେ ୨ ମାସରେ ୭୫% ଅର୍ଥାତ ୫୩ ଲକ୍ଷ ଲୋକଙ୍କ ଟିକାକରଣ ଶେଷ ହୋଇଛି
– ଆମ ଦେଶରେ ରେକର୍ଡ ୨୧ ଦିନରେ ୫୨ ଲକ୍ଷରୁ ଅଧିକ ଲୋକଙ୍କ ଟିକାକରଣ ହୋଇସାରିଛି
– ବ୍ଲୁମବର୍ଗର ଆକଳନ, ବର୍ତ୍ତମାନ ଚାଲିଥିବା ଟିକାକରଣର ଗତି ଧିମା ହେଲେ ଏହି ଅବଧି ଆହୁରି ବଢିବ
– ଅର୍ଥାତ କାନାଡାରେ ଟିକା ପହଂଚି ପାରୁନଥିବାରୁ ୭୫% ଟିକାକରଣ ପାଇଁ ୧୦ ବର୍ଷ ସମୟ ଲାଗିପାରେ
– ତେବେ ବଜାରରେ ଆହୁରି ଅଧିକ ଟିକା ଉପଲବ୍ଧ ହେଲେ ଏହି ଅବଧି ଆହୁରି କମିଯିବା ସମ୍ଭାବନା