ଘଣ୍ଟାରେ ରାତି ୧୧ ବାଜିଥିଲା, ହଠାତ୍ ରେଳମନ୍ତ୍ରୀ ଅଶ୍ୱିନୀଙ୍କ ନିକଟକୁ ଆସିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ କଲ୍ । 

3,392

କନକ ବ୍ୟୁରୋ : ମୋଦୀ କେଉଁ ସବୁ କଥାକୁ ଗୁରୁତ୍ୱ ଦିଅନ୍ତି, ଏସବୁ ବାବଦରେ ବିସ୍ତୃତ ଭାବେ କହିଛନ୍ତି କେନ୍ଦ୍ର ରେଳ, ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।  ଅବସର ଥିଲା ଏକ ଟିଭି କାର୍ଯ୍ୟକ୍ରମର ।  ଆଉ ରେଳମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କାମ କରିବାର ଅଭିଜ୍ଞତା ମଧ୍ୟ ବାଣ୍ଟିଛନ୍ତି। ରେଳମନ୍ତ୍ରୀ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ସମସ୍ତଙ୍କ କଥା ଶୁଣନ୍ତି। ତାଙ୍କ ଭଳି ଅଧିକ ଶୁଣୁଥିବା ଲୋକ କେହି ମିଳିବେ ନାହିଁ । ସେ ପ୍ରତ୍ୟେକ ଫାଇଲକୁ ଅତି ନିକଟରୁ ଦେଖନ୍ତି ଏବଂ ବୁଝନ୍ତି ।  ଯଦି କେହି ଅଧା ଫାଇଲ ବା ଅସମ୍ପୂର୍ଣ୍ଣ ଫାଇଲ ନେଇ ତାଙ୍କ ନିକଟକୁ ଯାଆନ୍ତି, ତେବେ ସେ ଏହାକୁ ଫେରସ୍ତ କରିଦିଅନ୍ତି ।  ମୋଦୀଙ୍କ ସାମ୍ନାକୁ ଯିବା ପୂର୍ବରୁ ବହୁତ ପ୍ରସ୍ତୁତି କରିବାକୁ ପଡିଥାଏ।  ସେ ସବୁକିଛି ବୁଝନ୍ତି, ତେଣୁ ତାଙ୍କ ସହ କଥା ହେବା ପୂର୍ବରୁ, ପ୍ରତ୍ୟେକ ବିଷୟ ବିଷୟରେ ନିଜେ ଜାଣିବାକୁ ପଡିବ’ ।

ସେହିପରି ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀଙ୍କ ଫୋନ୍ କଲକୁ ନେଇ ରୋଚକ କଥା କହିଛନ୍ତି।  ସେ କହିଛନ୍ତି ଯେ ଦେଶର ପ୍ରାୟ ୪୦ଟି ରେଳ ଷ୍ଟେସନର ମଡେଲ ପ୍ରସ୍ତୁତ କରାଯାଇଛି । ଆଉ ଏହାକୁ ନେଇ ଥରେ ହଠାତ୍ ପ୍ରଧାନମନ୍ତ୍ରୀ ରାତି ୧୧ଟାରେ ଫୋନ କରିଥିଲେ ।  ସେ କହିଲେ, ‘ଅଶ୍ୱିନୀ, ମନେରଖନ୍ତୁ ଯେ ଆମେ ଯାହା ତିଆରି କରୁଛେ, ତାହା ଆଗାମୀ ୫୦ ବର୍ଷ ପାଇଁ ପ୍ରସ୍ତୁତ କରୁଛେ। କୌଣସି ସ୍ଥାନରେ ବି ସର୍ଟକଟ୍ ରହିବା ଉଚିତ୍ ନୁହେଁ ।

ଷ୍ଟେସନର ଉଭୟ ପାର୍ଶ୍ୱରେ ଷ୍ଟେସନକୁ ପ୍ରବେଶ ପଥ ରହିବା ଉଚିତ୍ ।  ଯଦି କେହି ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯିବାକୁ ଚାହାଁନ୍ତି, ତେବେ ଷ୍ଟେସନରୁ ଏହି ସୁବିଧା ମଧ୍ୟ ଉପଲବ୍ଧ ହେବା ଉଚିତ । ଯଦି ଆମର କେହି ଗରିବ ଭାଇ ଓ ଭଉଣୀ କିମ୍ବା ମହିଳାମାନେ ଷ୍ଟେସନ ଭିତରେ କୌଣସି ଷ୍ଟଲ୍ ସ୍ଥାପନ କରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ବ୍ୟବସ୍ଥା କରାଯିବା ଉଚିତ୍ । କେବଳ ଏତିକି ନୁହେଁ, ଏଥିରେ କୌଣସି ରାଜନୀତି ହେବା ଉଚିତ ନୁହେଁ’ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିଥିଲେ ।