source- sambad.in
ମୁମ୍ବାଇ: ଅଭି-ଐଶ୍ୱର୍ଯ୍ୟାଙ୍କ ସୁପୁତ୍ରୀ ଆରାଧ୍ୟାଙ୍କ ଜନ୍ମଦିନ ସିନା ସରିଯାଇଛି ମାତ୍ର ସେ ଦିନର ଘଟଣା ଆଜିଯାଏ ଲିଭିନି ମନରୁ। ଆରାଧ୍ୟାଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେଇଥିଲେ ବଲିଉଡ୍ର ମହାରଥୀ। ସେମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲେ ବଲିଉଡ୍ କିଙ୍ଗ୍ ଶାହାରୁଖ ଖାନ୍। ଶାହାରୁଖଙ୍କ ସହ ଥିଲେ ଜୁନିୟର୍ ଶାହାରୁଖ ତଥା ତାଙ୍କ କନିଷ୍ଠ ପୁତ୍ର ଅବ୍ରାମ। ତେବେ, ଉତ୍ସବରେ ଏତେ ଜଣ ଥାଉ ଥାଉ ବିଗ୍ ବିଙ୍କ ମନ କିଣିଥିଲେ ଜୁନିୟର୍ ଶାହାରୁଖ୍। ଏପରିକି ସେ ଫ୍ଲପି(ବମ୍ବେଇ ମିଠେଇ) ଖାଇବାକୁ ଇଚ୍ଛା ପ୍ରକାଶ କରିଥିଲେ ବୋଲି ବିଗ୍ ବି ଅବ୍ରାମଙ୍କୁ ନେଇ ବମ୍ବେଇ ମିଠେଇ ଷ୍ଟଲ୍ ପାଖକୁ ନେଇକି ଯାଇଥିଲେ। ବମ୍ବେଇ ମିଠେଇ ଦେଖି ଖୁସିରେ ନାଚି ଉଠିଥିଲା ଅବ୍ରାମ। ଏହାକୁ ଉପଭୋଗ କରୁଥିଲେ ପିତା ଶାହାରୁଖ ଏବଂ ବିଗ୍ ବି ଅମିତାଭ।
ଉତ୍ସବ ସରିବା ପରେ ବି ଅବ୍ରାମର କୌତୁକିଆ ଅନ୍ଦାଜକୁ ଭୁଲିପାରି ନାହାନ୍ତି ବିଗ୍ ବି। ତାଙ୍କ ଟୁଇଟର୍ ଆକାଉଣ୍ଟ୍ରେ ସେ ଟୁଇଟ୍ କରିଛନ୍ତି, ‘କୁନି ଶାହାରୁଖ ବମ୍ବେଇ ମିଠେଇ ଖାଇବାକୁ ଚାହୁଁଥିଲେ। ସେଥିପାଇଁ ଆମେ ତାକୁ ଷ୍ଟଲ୍ ନିକଟକୁ ନେଇକି ଗଲୁ। ଜୁନିୟର୍ ଶାହାରୁଖଙ୍କ ଆନନ୍ଦର କୌଣସି ସୀମା ନଥିଲା। ’
ତାଙ୍କର ଏହି ଟୁଇଟ୍ରେ ରିଟୁଇଟ୍ କରିଛନ୍ତି ଶାହାରୁଖ। ଶାହାରୁଖ ଲେଖିଛନ୍ତି, ‘ଧନ୍ୟବାଦ୍ ସାର୍। ତାହା ଏପରି ଏକ ମୁହୂର୍ତ୍ତ ଥିଲା ଯାହାକୁ ସେ ସବୁବେଳେ ମନେ ରଖିବ। ସେ ଯେତେବେଳେ ଆପଣଙ୍କୁ ଟିଭିରେ ଦେଖେ, ସେ ଭାବେ ଆପଣ ମୋ ବାପା।’
Follow Us